ପୁଣି ଖାଉଟିଙ୍କ ଉପରେ ମହଙ୍ଗା ମାଡ଼! ଆସନ୍ତା ୧୮ ରୁ ବଢିବ ଏହିସବୁ ସାମଗ୍ରୀର ଦର, ଜାଣନ୍ତୁ କେତେ ବଢିବ

 
Nirmala sitharaman

ଦେଶରେ ବଢୁଥିବା ଦରଦାମକୁ ନେଇ ଲୋକେ ଚିନ୍ତିତ ଥିବାବେଳେ ଏବେ ପୁଣି ଥରେ ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ ହେବାକୁ ଯାଉଛି। ଜିଏସଟି କାଉନସିଲ ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏଥିନେଇ ସୂଚନା ଦେଇଛନ୍ତି। ଆସନ୍ତା ୧୮ ତାରିଖ ପରଠାରୁ ହିଁ ନିତ୍ୟ ବ୍ୟବହାର୍ଯ୍ୟ କିଛି ସାମଗ୍ରୀ ମହଙ୍ଗା ହେବାକୁ ଯାଉଥିବା ବେଳେ ଆଉ କିଛି ସାମଗ୍ରୀ ଶସ୍ତା ହେବ ବୋଲି ଜଣାପଡିଛି।

Nirmala

ମିଳିଥିବା ସୂଚନା ଅନୁଯାଇ ବର୍ତ୍ତମାନ ବ୍ରାଣ୍ଡେଡ ଓ ପ୍ୟାକେଜଡ ଖାଦ୍ୟ ପଦାର୍ଥ ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହେଉଥିବା ବେଳେ ୧୮ ତାରିଖ ପରଠାରୁ ହିଁ ଏଥିରେ ଅଧିକ ଜିଏସଟି ଲାଗୁ କରାଯିବ। ଟେଟ୍ରା ପ୍ୟାକ ଦହି, ଲସି, ବଟର ମିଲ୍କ ଉପରେ ୫ ପ୍ରତିଶତ ଜିଏସଟି, ଚେକ୍ ବୁକ ଜାରି କରିବା ପାଇଁ ୧୮ ପ୍ରତିଶତ, ହସ୍ପିଟାଲରେ ୫ ହଜାରରୁ ଅଧିକ ଭଡ଼ା ବିଶିଷ୍ଟ ରୁମ୍ ପାଇଁ ୫ ପ୍ରତିଶତ, ଆଟଲାସ ସହିତ ମ୍ୟାପ ଓ ଚାର୍ଜ ଉପରେ ୧୨ ପ୍ରତିଶତ ଜିଏସଟି ଲାଗିବ।

Price hike

ଏହା ବ୍ୟତୀତ ହଜାରେ ଟଙ୍କାରେ କମ୍ ଭଡ଼ା ବିଶିଷ୍ଟ ରୁମ୍ ଉପରେ ୧୨ ପ୍ରତିଶତ, ଏଲଇଡି ଲାଇଟସ, ଏଲଇଡି ଲ୍ୟାମ୍ପ ଉପରେ ୧୮ ପ୍ରତିଶତ, ବ୍ଲେଡ, ପେପର କଇଁଚୀ, ପେନସିଲ ଶାର୍ପନର, ଚାମଚ, କଣ୍ଟାଯୁକ୍ତ ଚାମଚ, ସ୍କମର୍ସ ଓ କେକ-ସର୍ବର୍ସରେ ୧୮ ପ୍ରତିଶତ ଜିଏସଟି ଲାଗିବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ସ୍ପିଣ୍ଟର୍ସ ଓ ଅନ୍ୟ ଫ୍ରାକଚର ଉପକରଣ, ଶରୀରର କୃତ୍ରିମ ଅଙ୍ଗ, ବଡି ଇପ୍ଲାଣ୍ଟସ, ଇନଷ୍ଟ୍ରା ଅକ୍ୟୁଲର ଲେନ୍ସ ଉପରେ ଜିଏସଟି ୧୨ରୁ ୫ ପ୍ରତିଶତକୁ ହ୍ରାସ ପାଇଛି ।

ରୋପୱେରେ ଯାତ୍ରୀ ଓ ସାମାନ ନେବାରେ ଜିଏସଟି ୫ ପ୍ରତିଶତ ହ୍ରାସ କରାଯାଇଛି। ଇନ୍ଧନ ମାମଲାରେ ଢଳାଇ କରୁଥିବା ଅପରେଟରଙ୍କ ଭଡ଼ା କ୍ଷେତ୍ରରେ ୫ ପ୍ରତିଶତ ଜିଏସଟି ଏବଂ ଡିଫେନ୍ସ ଫୋରସେଜ ଆମଦାନୀ ପାଇଁ କିଛି ବସ୍ତୁରେ ଆଜିଏସଟି ଲାଗୁ କରାଯିବନାହିଁ।