ଯୁବତୀଙ୍କୁ ନେଇ ଫେରାର ହୋଇଯାଇଥିଲେ ବିବାହିତ ଯୁବକ, ଧରାପଡିବା ପରେ ଖୋଜିବାର ଅଧା ଖର୍ଚ୍ଚ ମାଗିଲେ ଅଦାଲତ, ଆଉ ତାପରେ...

 
Court verdict

ଯୁବତୀଙ୍କୁ ଧରି ଫେରାର ହୋଇଗଲେ ବିବାହିତ ଯୁବକ। ଦୀର୍ଘ ସାତମାସ ପର୍ଯ୍ୟନ୍ତ ପୋଲିସ ସେମାନଙ୍କୁ ଖୋଜି ପାଇଥିଲା। କିନ୍ତୁ, ଏହି ସର୍ଚ୍ଚ ଅପରେସନରେ ଖର୍ଚ୍ଚ ହୋଇଥିବା ଟଙ୍କାର ଅଧା ରାଶି ଫେରାର ହୋଇଥିବା ଯୁବକ ହିଁ ବହନ କରିବେ ବୋଲି କୋର୍ଟ ଆଦେଶ ଦେଇଛନ୍ତି। କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ହେଁ ଗୁଜୁରାଟର କୋର୍ଟ ଏଭଳି ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି।

Court

ମିଳିଥିବା ସୂଚନା ଅନୁଯାଇ ଅଭିଯୁକ୍ତ ଯୁବକ ଜଣକ ଗତ ୨୦ ମଇ ୨୦୨୧ରେ ରାଘଭାଇ ରାଜକୋଟର ଜଣେ ୨୦ ବର୍ଷୀୟା ଯୁବତୀଙ୍କୁ ନେଇ ଫେରାର ହୋଇଯାଇଥିଲେ। ଯୁବତୀଙ୍କ ବାପା ଏଥିନେଇ ଥାନାରେ ଏତଲା ଦେବା ପରେ ପୋଲିସ ଯୁବତୀଙ୍କୁ ଖୋଜିବା ଆରମ୍ଭ କରିଥିଲା। ଦୀର୍ଘ ୭ ମାସ ପରେ ପୋଲିସ ଉଭୟଙ୍କୁ ଠାବ କରିବାରେ ସଫଳ ହୋଇଥିଲା। ତେବେ, ଏହି ସର୍ଚ୍ଚ ଅପରସେନ ପାଇଁ ସରକାରଙ୍କ ପାଣ୍ଠିରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲା।

Eloped

ଧରାପଡ଼ିବା ପରେ ଯୁବକ ଜଣକ ବିବାହିତ ବୋଲି ପୋଲିସ ଜାଣିବାକୁ ପାଇଛି। ତେବେ, ୭ ମାସର ଖୋଜିବା ସମୟ ମଧ୍ୟରେ ସରକାରଙ୍କ ପାଣ୍ଠିରୁ ମୋଟ ୧ ଲକ୍ଷ ୧୭ ହଜାର ୫ ଶହ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ପୋଲିସ କହିଛି। ଏଥିସହିତ ଯୁବତୀଙ୍କ ବାପା ତାଙ୍କ ଝିଅକୁ ଖୋଜିବା ପାଇଁ ୮ ଲକ୍ଷ ୬୦ ହଜାର ଟଙ୍କା ଖର୍ଚ୍ଚ କରି ସାରିଛନ୍ତି। ତେଣୁ ଏହି ସବୁ ଟଙ୍କାରୁ ଅଧା ଅଭିଯୁକ୍ତ ଯୁବକ ପୈଠ କରିବେ ବୋଲି କୋର୍ଟ କହିଛନ୍ତି। ଏବେ ସେ କେବଳ ୫୫ ଟଙ୍କା ଦେବେ ଅନ୍ୟଥା ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋର୍ଟ କହିଛନ୍ତି।