ରିସର୍ଚ୍ଚରୁ ଖୁଲାସା: ପର୍ଣ୍ଣ ଦେଖିଲେ ଖୋଲିବ ଧର୍ମର ରାସ୍ତା! ବାରମ୍ବାର ପର୍ଣ୍ଣ ଦେଖୁଥିବା ଲୋକେ ଅଟନ୍ତି ଅଧିକ ଧାର୍ମିକ, ଜାଣନ୍ତୁ ପୂରା ଖବର

 
Porn

ଆଜିର ସମୟରେ ଯୁବପିଢ଼ି ମାନେ ପର୍ଣ୍ଣ ଅଥବା ଅଶ୍ଲୀଳ ଚଳଚିତ୍ର ଦେଖିବା ଏକ ସାଧାରଣ କଥା ହୋଇଯାଇଛି। ଯେଉଁମାନେ ଏକାଧିକ ଥର ପର୍ଣ୍ଣ ଦେଖିବାରେ ଲିପ୍ତ ହୋଇଥାନ୍ତି ସେମାନେ ଅଧର୍ମ କରୁଥିବା ଏବଂ ଧାର୍ମିକ ପଥରୁ ବିମୁଖ ହୋଇଯାଉଥିବା ନେଇ ଅନେକେ ବିଶ୍ୱାସ କରନ୍ତି। ତେବେ, ହୁଏତ ଆପଣଙ୍କର ଏଭଳି ଚିନ୍ତାଧାରା ଭୁଲ ସାବ୍ୟସ୍ତ ହୋଇପାରେ।

Porn

କାରଣ କେବେ କେବେ ପର୍ଣ୍ଣ ଦେଖୁଥିବା ବ୍ୟକ୍ତିମାନଙ୍କ ଠାରୁ ଏକାଧିକ ଥର ପର୍ଣ୍ଣ ଦେଖୁଥିବା ବ୍ୟକ୍ତିମାନେ ଅଧିକ ଧାର୍ମିକ ହୋଇଥାନ୍ତି ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ଆମେରିକାରେ ୧୩୦୦ ଜନସାଧାରଣଙ୍କୁ ନେଇ ପ୍ରାୟ ୬ ବର୍ଷ ଧରି ଏଭଳି ଏକ ସର୍ଭେ କରାଯାଇଥିଲା। ରିସର୍ଚ୍ଚର ଟିମରେ ଥିବା ଜଣେ ସଦସ୍ୟଙ୍କ କହିବା ଅନୁଯାଇ କେବେ କେବେ ପର୍ଣ୍ଣ ଦେଖୁଥିବା ବ୍ୟକ୍ତି ବିଶେଷଙ୍କ ଠାରୁ ସପ୍ତାହକୁ ଏକାଧିକ ଥର ପର୍ଣ୍ଣ ଦେଖୁଥିବା ଲୋକେ ଅଧିକ ପୂଜାପାଠ କରିଥାନ୍ତି।

Porn

ପ୍ରକୃତରେ ଏକାଧିକ ଥର ପର୍ଣ୍ଣ ଦେଖିବା ପରେ ଏହି ବ୍ୟକ୍ତିମାନେ ନିଜକୁ ଦୋଷୀ ମନେକରିଥାନ୍ତି। ଯାହାଫଳରେ ସେମାନେ ବାରମ୍ବାର ଏଥିପାଇଁ ଭଗବାନଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଥାନ୍ତି। ନିଜକୁ ଭଗବାନଙ୍କ ପୂଜାପାଠରେ ନିୟୋଜିତ କରିବା ସହିତ ଧର୍ମର ବାଟ ଅବଲମ୍ବନ କରିଥାନ୍ତି। ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ୨୦୦୬ ମସିହାରେ ସପ୍ତାହକୁ ଏକାଧିକ ଥର ପର୍ଣ୍ଣ ଦେଖୁଥିବା ଲୋକମାନେ ୨୦୧୨ରେ ଅଧିକ ଧାର୍ମିକ ହୋଇ ପଡ଼ିଛନ୍ତି। ତେବେ, ଯେଉଁମାନେ ଆଦୌ ପର୍ଣ୍ଣ ଦେଖନ୍ତି ନାହିଁ ସେମାନେ ଧର୍ମ ପ୍ରତି ଅଧିକ ବିଶ୍ୱାସ ରଖନ୍ତି ବୋଲି ଜଣାପଡ଼ିଛି।