ଆପତ୍ତିଜନକ ବିଜ୍ଞାପନ ପ୍ରସ୍ତୁତ କରି ବିବାଦରେ ଅତର କମ୍ପାନୀ "ଲେୟାର୍ ଶଟ୍"! ହେଲା ବ୍ୟାନ୍, ଜାଣନ୍ତୁ ଏମିତି କଣ ଥିଲା ଏହି ବିଜ୍ଞାପନରେ

 
Ads

ବିବାଦୀୟ ବିଜ୍ଞାପନ ପାଇଁ ସମାଲୋଚିତ ହୋଇଥିବା ଏକ ଅତର କମ୍ପାନୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୟୁଟ୍ୟୁବ ଏବଂ ଟ୍ୱିଟରରୁ ଏହାର ବିଜ୍ଞାପନ ଗୁଡିକୁ ହଟାଇବା ପାଇଁ କଡା ନିର୍ଦ୍ଦେଶ ଜାରି କରାଯାଇଛି। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୟୁଟ୍ୟୁବ ଏବଂ ଟ୍ୱିଟରକୁ ଏଥିନେଇ ନୋଟିସ ଜାରି କରାଯାଇଛି। 'ବଳାତ୍କାର ସଂସ୍କୃତି' କୁ ପ୍ରୋତ୍ସାହିତ କରୁଥିବାରୁ ଏହି ଅତର କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ମିଳିଛି।

Ad

'ଶଟ୍' ନାମକ ଏହି ଅତର କମ୍ପାନୀ କିଛି ଦିନ ତଳେ ଏକ ଦ୍ଵିଅର୍ଥକ ବିଜ୍ଞାପନ ଜାରି କରିଥିଲା। ଏଥିରେ ମହିଳାଙ୍କୁ ବିବାଦୀୟ ଇଙ୍ଗିତ କରାଯାଇଥିବାରୁ  ଦିଲ୍ଲୀ ମହିଳା କମିଶନର ସ୍ୱାତି ମାଲିୱାଲ ଏହି ମାମଲାକୁ ଗୁରୁତର ସହ ନେଇଥିଲେ। ସେ ତୁରନ୍ତ ଏଥିନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଚିଠି ଲେଖିଥିଲେ। ଯାହାର ଫଳ ସ୍ୱରୂପ ଏହି ବିଜ୍ଞାପନ ଗୁଡିକୁ ସୋସିଆଲ ମିଡିଆ ସାଇଟରୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ ଉକ୍ତ କମ୍ପାନୀ ବିରୋଧରେ ଏକ ମାମଲା ରୁଜୁ କରିବା ପାଇଁ ଦିଲ୍ଲୀ ପୋଲିସକୁ ନିର୍ଦେଶ ଦିଆଯାଇଛି।

Layer shot

ବିବାଦୀୟ ହୋଇ ପଡ଼ିଥିବା ଏହି ବିଜ୍ଞାପନଟିରେ ଏକ ଦମ୍ପତ୍ତିଙ୍କୁ ଦେଖିବାକୁ ମିଳୁଛି। ହଠାତ ସେହି ରୁମକୁ ଅନ୍ୟ ଚାରିଜଣ ପଶି ଆସୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ 'ଶଟ୍‌ ମାରା ଲଗତା ହେ' ବୋଲି ପଚାରୁଛନ୍ତି। ଜବାବରେ ବେଡ଼ ଉପରେ ବସିଥିବା ଯୁବକ ଜଣକ 'ହଁ ମାରା ନା'। ପ୍ରତିଉତ୍ତରରେ ଅନ୍ୟ ଯୁବକ ଜଣକ 'ଅବ୍‌ ହମାରୀ ବାରି' କହି ମହିଳାଙ୍କ ପାଖକୁ ଆସୁଛନ୍ତି ଯାହାକୁ ଦେଖି ମହିଳା ଜଣକ ଅସହଜ ଅନୁଭବ କରୁଛନ୍ତି। ଏହା ପରେ ଯୁବକ ଜଣକ ସେଠାରେ ଥିବା ଏକ ବଡି ସ୍ପ୍ରେ ବଟଲକୁ ଉଠାଉଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ଅତର କମ୍ପାନୀର ଏଭଳି ଆହୁରି ଅନେକ ଦ୍ଵିଅର୍ଥକ ବିଜ୍ଞାପନ ପରଦାରେ ଚାଲୁ ରହିଛି।