ଗରିବଙ୍କୁ ଶକ୍ତ ଝଟକା, କେନ୍ଦ୍ର ସରକାର ବନ୍ଦ କଲେ ଏହି ସବୁ ସରକାରୀ ଯୋଜନା, ଆଉ ମିଳିବନି ମାଗଣା ରାସନ୍, ଜାଣନ୍ତୁ କାହିଁକି
ଗରିବଙ୍କୁ ଲାଗିବ ଶକ୍ତ ଝଟକା, ଆଗାମୀ ସେପ୍ଟେମ୍ବର ଠାରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅଧୀନରେ ଗରିବ ପରିବାରକୁ ପ୍ରଦାନ କରାଯାଉଥିବା ମାଗଣା ଖାଦ୍ୟ ଶସ୍ୟ ବନ୍ଦ କରାଯିବ ବୋଲି ଶୁଣିବାକୁ ମିଳୁଛି। ଏଥିନେଇ ଅର୍ଥ ମନ୍ତ୍ରଣାଳୟ ତରଫରୁ ସରକାରଙ୍କୁ ସୂଚାଇ ଦିଆଯାଇଛି।
ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ବ୍ୟୟ ବିଭାଗ ଏହି ଯୋଜନାକୁ ସେପ୍ଟେମ୍ବର ମାସଠାରୁ ଅଧିକ କାର୍ଯ୍ୟକ୍ଷମ ନ କରିବା ପାଇଁ ପରାମର୍ଶ ଦିଆଯାଇଛି। ମହାମାରୀ ହେତୁ ଏହି ଯୋଜନାକୁ ପ୍ରଣୟନ କରାଯାଇଥିବା ବେଳେ ଏବେ ସ୍ଥିତି ସୁଧୁରିବାରେ ଲାଗିଛି। ଅନ୍ୟପକ୍ଷରେ ଏହି ଯୋଜନାକୁ ଅଧିକ ଦିନ ପର୍ଯ୍ୟନ୍ତ ଜାରି ରଖିଲେ ସରକାରଙ୍କ ଉପରେ ଆର୍ଥିକ ବୋଝ ଆହୁରି ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି।
ରିପୋର୍ଟ ଅନୁଯାଇ ଗତମାସରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଶୁଳ୍କ ହ୍ରାସ ହେତୁ ରାଜସ୍ୱ ଉପରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ବୋଝ ପଡିଛି। କରୋନା ମାଡ଼ ପରେ ଦେଶର ଆର୍ଥିକ ସ୍ଥିତି ସୁଧୁରୁଥିବାରୁ ଏହା ଉପରେ ଅଧିକ ଚାପ ପକାଇବା ଠିକ ହେବନାହିଁ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦେଶର ପ୍ରାୟ ୮୦କୋଟି ଲୋକଙ୍କୁ ମାଗଣାରେ ରାସନ ଯୋଗାଇ ଦିଆଯାଉଛି। ଏହି ଯୋଜନା ସେପ୍ଟେମ୍ବର ମାସ ଠାରୁ ଆଗକୁ ଗଲେ ଖାଦ୍ୟ ସବସିଡି ବିଲ୍ ୮୦,୦୦ କୋଟି ବୃଦ୍ଧି ପାଇ ପ୍ରାୟ ୩.୭ ଲକ୍ଷ କୋଟିରେ ପହଞ୍ଚିଯିବ ଯାହାକି ଆର୍ଥିକ ବ୍ୟବସ୍ଥା ପ୍ରତି ଶୁଭଙ୍କର ହେବ ନାହିଁ।