ମୋଦି ସରକାରଙ୍କ ନୂଆ ନିୟମ, ଗୋଟିଏ ଚାର୍ଜରରେ ଚାର୍ଜ ହେବ ମା’,ବାପା, ପୁଅର ଫୋନ୍‌, ଜାଣନ୍ତୁ ପୂରା ଖବର

 
Modi sarkar

ଏବେ ପରିବାରରେ ଏକାଧିକ ଚାର୍ଜର ରଖିବାକୁ ପଡିବ ନାହିଁ ଗୋଟିଏ ଚାର୍ଜରରେ ସମସ୍ତଙ୍କ ଫୋନ ଚାର୍ଜ ହୋଇପାରିବ। କାରଣ ଆଗାମୀ ଦିନରେ କେନ୍ଦ୍ର ସରକାର One nation one charger ନିୟମ ପ୍ରଣୟନ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଏଭଳି ହେବା ଦ୍ୱାରା ଭବିଷ୍ୟତରେ ଫୋନ କିମ୍ବା ଲାପଟପ ପାଇଁ ଅଲଗା ଅଲଗା ଚାର୍ଜର ରଖିବାକୁ ପଡିବନାହିଁ।

Charger

 ଗୋଟିଏ ପରିବାରର ସମସ୍ତ ସଦସ୍ୟ ମାତ୍ର ଗୋଟିଏ ଚାର୍ଜରରେ ହିଁ ନିଜ ନିଜ ଫୋନ ଚାର୍ଜ କରି ପାରିବେ। ବର୍ତ୍ତମାନ Xiaomi, Realme, OPPO, Vivo, OnePlus, Motorola ଭଳି ଅଗ୍ରଣୀ ସ୍ମାର୍ଟଫୋନ୍ କମ୍ପାନୀ ନିଜ ଫୋନ ପାଇଁ ଟାଇପ-ସି ଚାର୍ଜିଂ ସ୍ଲଟ୍ ବ୍ୟବହାର କରୁଛନ୍ତି। ଅନ୍ୟପକ୍ଷରେ ଖାସ୍ କିଛି ଦାମୀ ଫୋନରେ ଫାଷ୍ଟ ଚାର୍ଜିଂ ପାଇଁ ଟାଇପ-ଏ କେବୁଲ ମଧ୍ୟ ବ୍ୟବହାର କରାଯାଇଥାଏ। ସେହିପରି ଆପଲ୍ ଆଇଫୋନରେ Lightning Charger ସ୍ଲଟ୍ ପ୍ରଦାନ କରାଯାଉଛି।

One nation one charger

ୟୁଏନ୍ ପରି ଭାରତରେ ମଧ୍ୟ ଏହି ନିୟମ ଲାଗୁ କରାଗଲେ। ପ୍ରତି ସ୍ମାର୍ଟଫୋନରେ ଟାଇପ-ସି ଚାର୍ଜିଂ ସ୍ଲଟ୍ ରହିବା ବାଧ୍ୟତାମୂଳକ କରାଯିବ। ଗୋଟିଏ ପ୍ରକାର ଚାର୍ଜରରେ ସମସ୍ତ ଫୋନ ଏବଂ ଲ୍ୟାପଟପ ଚାର୍ଜ କରାଗଲେ ଅତିରିକ୍ତ ଚାର୍ଜର ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ବଞ୍ଚିଯିବ ବୋଲି ଆଶା କରାଯାଉଛି।