ଦିନେ ଟିଭି ଆଙ୍କର୍ ଭାବେ କାମ କରୁଥିଲେ, ଆଜି ପେଟ ପୋଷିବା ପାଇଁ ରାସ୍ତା କଡ଼ରେ ବିକୁଛନ୍ତି ଖାଦ୍ୟ, ଜାଣନ୍ତୁ କେମିତି ହେଲା ତାଙ୍କ ଏ ଅବସ୍ଥା

 
Tv anchor

ଦିନେ ସାମାଜିକ ଗଣମାଧ୍ୟମରେ ଜଣେ ଜଣାଶୁଣା ଉପସ୍ଥାପକ ଭାବରେ କାର୍ଯ୍ୟ କରୁଥିଲେ କିନ୍ତୁ ଆଜି ନିଜ ପେଟ ପାଇଁ ରାସ୍ତା କଡରେ ଖାଦ୍ୟ ବିକୁଛନ୍ତି ଏହି ବ୍ୟକ୍ତି। ଆଫଗାନିସ୍ତାନର ଜଣେ ଲୋକପ୍ରିୟ ଟିଭି ଆଙ୍କର୍ ମୁଷା ମହମ୍ମଦିଙ୍କର ଏଭଳି ଦୁଃଖଭରା କାହାଣୀ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।

Musa

 ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ହାମିଦ କର୍ଜାଇଙ୍କ ସରକାରରେ କାମ କରିଥିବା କବୀର ହକମାଲୀ ଏକ ଟ୍ୱିଟ ଯୋଗେ ଏହି ତଥ୍ୟ ରଖିଛନ୍ତି। ସେ ଟ୍ୱିଟ ଯୋଗେ ଲେଖିଛନ୍ତି ଯେ," ତାଲିବାନୀ ଶାସନରେ ଆଫଗାନିସ୍ତାନରେ ସାମ୍ବାଦିକଙ୍କ ଜୀବନ। ମୂସା ମହମ୍ମଦୀ ଅନେକ ବର୍ଷ ପର୍ଯ୍ୟନ୍ତ ଆଙ୍କର ଏବଂ ରିପୋର୍ଟର ଭାବରେ କାମ କରିଥିଲେ। ଏବେ ତାଙ୍କ ପାଖରେ ପରିବାର ଚଳାଇବା ପାଇଁ ଅର୍ଥ ନାହିଁ। ତେଣୁ ସେ ରାସ୍ତାକଡ଼ରେ ଖାଦ୍ୟ ପସରା ଧରି ଗ୍ରାହକଙ୍କ ଅପେକ୍ଷାରେ ରହିଛନ୍ତି"।

Tweet

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଫଗାନିସ୍ତାନକୁ ପୁଣିଥରେ ତାଲିବାନୀମାନେ ଅଧିଗ୍ରହଣ କରିବା ପରେ ସେଠାରେ ଏକଛତ୍ରବାଦ ଶାସନ ଆରମ୍ଭ ହୋଇଯାଇଛି। ଏହା ବ୍ୟତୀତ ଲୋକମାନଙ୍କ ପାଖରେ ମୌଳିକ ସୁବିଧା ସୁଯୋଗ ମଧ୍ୟ ପହଞ୍ଚି ପାରୁନାହିଁ। ଦେଶର ନାଗରିକ ମାନେ ଗରିବ ରେଖା ତଳେ ବସବାସ କରୁଛନ୍ତି।