ପ୍ରକାଶ ପାଇଲା CMIE ରିପୋର୍ଟ: ଓଡ଼ିଶାରେ ଦେଶର ସବୁଠାରୁ କମ ବେକାରୀ ହାର, ଦେଖନ୍ତୁ ସବୁ ରାଜ୍ୟର ଲିଷ୍ଟ

 
Bekari list

ଦୀର୍ଘ ଦୁଇବର୍ଷ ଧରି କରୋନା ମହାମାରୀ ସାରା ବିଶ୍ୱର ଜୀବନ ଓ ଜୀବିକା ଉପରେ ପ୍ରତିକୂଳ ପ୍ରଭାବ ପକାଇ ଆସିଛି। ଏହାର ପ୍ରଭାବରେ ଭାରତରେ ମଧ୍ୟ ଗତ ଦୁଇବର୍ଷ ହେବ ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି। କିନ୍ତୁ, ଏପରି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଆମ ରାଜ୍ୟ ଓଡ଼ିଶାର ଲୋକେ ନିଜ ଗୋଡ଼ରେ ଠିଆ ହେବାରେ ସକ୍ଷମ ହୋଇଛନ୍ତି। ୨୦୨୦ ମସିହା ପରଠାରୁ ରାଜ୍ୟରେ ସବୁଠାରୁ କମ ବେକାରୀ ସମସ୍ୟା ରହିଥିବା ଏକ ସର୍ଭେରୁ ଜଣାପଡ଼ିଛି।

Unemployment

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୦ ରେ କରୋନା ହେତୁ ଲୋକେ ନିଜର ଜୀବିକା ହରାଇଥିଲେ। ଯେଉଁଥିପାଇଁ ଦେଶ ଏବଂ ରାଜ୍ୟରେ ବେକାରୀ ସମସ୍ୟା ବଢିବାକୁ ଲାଗିଥିଲା। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମ୍‌ଆଇଇ) ନାମକ ଏକ ଘରୋଇ ସଂସ୍ଥା ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାଇ ୨୦୨୦ ଲାକଡ଼ାଉନ ପରେ ଏପ୍ରିଲ ମାସରେ ଓଡିଶାର ବେକାରୀ ହାର ୨୩.୮% ରହିଥିଲା। କିନ୍ତୁ, ସେହିବର୍ଷ ମେ ମାସରେ ଏହା ୧୧.୪% ରେ ପହଞ୍ଚିଥିଲା। ରାଜ୍ୟରେ ଦ୍ଵିତୀୟ ଲାକଡ଼ାଉନ ସମୟରେ ଏହି ହାର ୭% ରେ ପହଞ୍ଚିଥିଲେ ହେଁ ୨୦୨୨ ସୁଦ୍ଧା ଏହା ତଳକୁ ଖସି ୧% ପ୍ରତିଶତରେ ପହଁଞ୍ଚି ଯାଇଛି।

Unemployment

ଏବେ ଜାତୀୟ ବେକାରୀ ସମସ୍ୟା ହାର ୭.୫% ଭଳି ଉଚ୍ଚ ସ୍ଥରରେ ରହିଥିବା ବେଳେ ଓଡିଶାର ହାର ୧% ରହିଛି ଯାହା ଦେଶରେ ସବୁଠାରୁ କମ ଅଟେ। ଓଡିଶା ପଛକୁ ଏହି ତାଲିକାରେ ଛତିଶଗଡ଼ (୧.୭%), ମେଘାଳୟ (୧.୪%), ଉତ୍ତରପ୍ରଦେଶ (୨.୭%), କର୍ଣ୍ଣାଟକ (୨%), ଗୁଜରାଟ (୨.୫%) ଓ ତାମିଲନାଡୁ (୩.୨%) ଭଳି ସହର ରହିଛନ୍ତି। ସେହିପରି ରାଜସ୍ଥାନରେ ବେକାରୀ ହାର ସର୍ବାଧିକ ୩୨.୩% ଥିବା ବେଳେ ହରିୟାଣା (୩୧%), ଝାଡ଼ଖଣ୍ଡ (୧୫%), ବିହାର (୧୪%), ଜମ୍ମୁ ଓ କଶ୍ମୀର (୧୩.୨%), ତେଲେଙ୍ଗାନା (୧୨.୯%), ହିମାଚଳପ୍ରଦେଶ (୧୧.୭%), ଗୋଆ (୧୨%) ଓ ଆସାମ (୧୦.୨%) ଭଳି ରାଜ୍ୟରେ ଏହି ହାର ଦୁଇଅଙ୍କରେ ରହିଛି।