୧୮ ହଜାର ବର୍ଷ ପଛକୁ ଚାଲିଯିବ ଦୁନିଆ, ପରମାଣୁ ଯୁଦ୍ଧ ହେଲେ ସାରା ବିଶ୍ବର ହେବ ଏମିତି ଅବସ୍ଥା, ଜାଣି ହେବେ ତାଜୁବ୍

 
Atom bomb

ୟୁକ୍ରେନ ଏବଂ ଋଷ ମଧ୍ୟରେ ଥିବା ଦୀର୍ଘ ୩୦ ବର୍ଷର ବିବାଦ ବର୍ତ୍ତମାନ ସାଙ୍ଘାତିକ ଯୁଦ୍ଧର ରୂପ ନେଇଛି। ଋଷ ଏବେ ୟୁକ୍ରେନ ଉପରେ ବୋମା ଏବଂ ମିସାଇଲ ଦ୍ୱାରା ଆକ୍ରମଣ କରୁଥିବା ବେଳେ ୟୁକ୍ରେନ ମଧ୍ୟ ଏହାର କଡା ପ୍ରତିରୋଧ କରୁଛି। ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ଶାନ୍ତି ଆଲୋଚନା ନିଷ୍କ୍ରିୟ ହେବାପରେ ଯୁଦ୍ଧ ଆହୁରି ତେଜିବ ବୋଲି ଆଶା କରାଯାଉଛି। ଗୋଟିଏ ପଟେ ଋଷ ଥିବାବେଳେ ଅନ୍ୟପକ୍ଷରେ ୟୁକ୍ରେନକୁ ପରୋକ୍ଷ ଭାବରେ ସାହାଯ୍ୟ କରୁଛି ଆମେରିକା।

Nuclear war

ଏଭଳି ପରିସ୍ଥିତିରେ ତୃତୀୟ ବିଶ୍ୱଯୁଦ୍ଧ ଏବଂ ପରମାଣୁ ଯୁଦ୍ଧର ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇନପାରେ। ତେବେ, ପରମାଣୁ ଯୁଦ୍ଧ ହେଲେ କେବଳ ଋଷ, ଆମେରିକା କିମ୍ବା ୟୁକ୍ରେନ ନୁହେଁ ବରଂ ସାରା ବିଶ୍ୱ ଏଥିରେ କ୍ଷତିଗ୍ରସ୍ତ ହେବ। ଇଣ୍ଟରନ୍ୟାସନାଲ୍ କ୍ୟାମ୍ପେନ ଟୁ ଅବଲିସ୍ ନ୍ୟୁକ୍ଲିୟର୍ ୱିପନ୍(ଆଇସିଏଏନ୍) ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାଇ ଗୋଟିଏ ପରମାଣୁ ଝଟକା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଯିବ। ଆଉ ଯଦି ୧୦ କିମ୍ବା ଶହ ଶହ ବମ୍ ପଡ଼ିବ ତାହେଲେ ଲକ୍ଷ-ଲକ୍ଷ, କୋଟି କୋଟି ଲୋକ ନିଜର ଜୀବନ ହାରିବେ।

Hirosima

 ଆଉ ଯଦି ଋଷ ଏବଂ ଆମେରିକା ମଧ୍ୟରେ ୫୦୦ ରୁ ଅଧିକ ପରମାଣୁ ବୋମା ବ୍ୟବହୃତ ହୁଏ ତେବେ ପ୍ରତି ଅଧଘଣ୍ଟାରେ ୧୦ କୋଟି ଲୋକେ ଜୀବନ ହାରିବେ ବୋଲି ଆକଳନ କରାଯାଉଛି। ଆଉ ଏକ ଆକଳନ ଅନୁଯାଇ ଯଦି ତୃତୀୟ ବିଶ୍ୱଯୁଦ୍ଧ ହୁଏ ଏବଂ ବିଶ୍ୱରେ ଉପସ୍ଥିତ ଥିବା ପରମାଣୁ ଅସ୍ତ୍ରର ୧ ପ୍ରତିଶତ ଠାରୁ କମ ବ୍ୟବହୃତ ହୁଏ ତେବେ ମଧ୍ୟ ୨ ବିଲିୟନ୍ ଲୋକେ ମୃତ୍ୟୁବରଣ କରିବାର ଆଶଙ୍କା ରହିଛି।

War

ପରମାଣୁ ଯୁଦ୍ଧ ହେଲେ କେବଳ ଜୀବନ ଜୀବିକା ନୁହେଁ ବରଂ ଏହାର କୁପ୍ରଭାବ ପୃଥିବୀ ଉପରେ ମଧ୍ୟ ପଡିବ। ଯଦି ବିଶ୍ୱର ସମସ୍ତ ଆଣବିକ ଅସ୍ତ୍ର ବ୍ୟବହାର କରାଯାଏ, ତେବେ ପୃଥିବୀର ଷ୍ଟ୍ରାଟୋସ୍ପିୟର୍ ରେ ୧୫୦ ମିଲିୟନ୍ ଟନ୍ ଧୂଆଁ ଫ୍ରିଜ୍ ହୋଇଯିବ। ଫଳରେ ବିଶ୍ୱରେ ୪୫% ପ୍ରତିଶତ କମ ବୃଷ୍ଟିପାତ ହେବ। କେବଳ ଏତିକି ନୁହେଁ ବରଂ ବିଶ୍ୱର ତାପମାତ୍ରା ମଧ୍ୟ ହାରାହାରି ତାପମାତ୍ରା -୭ ରୁ -୮ ଡିଗ୍ରୀ ସେଲସିୟସରେ ପହଞ୍ଚିବ। ଦେଖିବାକୁ ଗଲେ ୧୮ ବର୍ଷ ତଳେ ପୃଥିବୀ ପୃଷ୍ଠର ଏହି ତାପମାତ୍ରା ଥିଲା। ଅର୍ଥାତ ପୁଣି ଥରେ ପରମାଣୁ ଯୁଦ୍ଧ ହେଲେ ପୃଥିବୀ ୧୮ ବର୍ଷ ତଳକୁ ଖସିଯିବାର ମଧ୍ୟ ସମ୍ଭାବନା ରହିଛି।