ଉତ୍ତର କୋରିଆରେ କିମ୍‌ଙ୍କ ଅଜବ୍ ନିୟମ! ୨୦ରୁ ୩୦ ବର୍ଷର ଝିଅମାନେ ଟାଇଟ୍‌ ଜିନ୍ସ ପିନ୍ଧିଲେ ମିଳିବ ଏହି ସାଂଘାତିକ ଦଣ୍ଡ

 
Jeans

ଏକଛତ୍ରବାଦ ଶାସନର ସବୁ ସୀମା ଟପିବାକୁ ଲାଗିଛନ୍ତି ଉତ୍ତର କୋରିଆ ଶାସକ କିମ ଜୋଙ୍ଗ ଉନ। ନିଜ ଦେଶର ଜନସାଧାରଣଙ୍କ ଉପରେ ଅନେକ ଅଜବ ପ୍ରକାରର ପ୍ରତିବନ୍ଧକ ଲଗାଇବାକୁ ନେଇ ପୂର୍ବରୁ ମଧ୍ୟ ସମାଲୋଚନାର ଶିକାର ହୋଇ ସାରିଛି ଉତ୍ତର କୋରିଆ। ତେବେ, କିମ୍ ଜୋଙ୍ଗଙ୍କ ଉପରେ ଏହି ସମାଲୋଚନାର କୌଣସି ପ୍ରଭାବ ପଡୁନଥିବା ଦେଖିବାକୁ ମିଳୁଛି।

Kim jong un

ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ନ୍ୟୁଜ୍ ଚ୍ୟାନେଲ୍ ପର୍ଯ୍ୟନ୍ତ ସବୁକିଛି କୁ ଏଠାକାର ସରକାର ନିଜ ସୁବିଧା ଅନୁଯାଇ ପରିଚାଳନା କରିଥାନ୍ତି। ବାହାର ଦେଶର କୌଣସି ଖବର ବିଷୟରେ ଉତ୍ତର କୋରିଆବାସୀ ଅଜ୍ଞ ଥିବାବେଳେ ଉତ୍ତର କୋରିଆ ଭିତରେ ଘଟୁଥିବା ସମସ୍ତ ଖବରକୁ ସେଠାକାର ସରକାର ଗୋପନୀୟ ରଖିଥାନ୍ତି। ତେବେ, ଏହାରି ଭିତରେ ଏଠାରେ ଆଉ ଏକ ଅଜବ ନିୟମ ପ୍ରଣୟନ କରାଯାଇଛି। ଏଠାରେ ଟାଇଟ୍ ଜିନ୍ସ ପିନ୍ଧିବା ଉପରେ ନିଷେଧାଦେଶ ଲଗାଯାଇଛି।

Jeans ban

ଦେଶରେ ପାଶ୍ଚାତ୍ୟ ଫ୍ୟାଶନର ପ୍ରଭାବକୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସେଠାକାର ସରକାର କହିଛନ୍ତି। ସମାଜବାଦୀ ପ୍ରୋଟିଓଟ୍ରିକ ୟୁଥ୍ ଲିଗ୍ ନାମକ ଏକ ସଂଘଠନକୁ ଏହାର ଯାଞ୍ଚ କରିବା ପାଇଁ ଦାୟିତ୍ୱ ଦିଆଯାଇଛି। ଏହି ସଂଘଠନ କିମ୍ ଜୋଙ୍ଗଙ୍କ ଏକଛତ୍ରବାଦ ସରକାରର ମୌଳିକ ପୋଲିସ ଭାବରେ କାର୍ଯ୍ୟ କରିଥାନ୍ତି। ଟାଇଟ୍ ଜିନ୍ସ ପିନ୍ଧିବା ଅଶ୍ଲୀଳତା ଏବଂ ଖରାପ ମାନସିକତାର ପରିଚୟ ଦେଇଥାଏ ବୋଲି ବର୍ଣ୍ଣନା କରାଯାଇଛି। କେବଳ ଯେ ଜିନ୍ସ ତାହା ନୁହେଁ ଏଠାରେ ଲେଦର ଜ୍ୟାକେଟ ପିନ୍ଧିବା ଠୁ ଆରମ୍ଭ କରି କେଶ କାଟିବା ପର୍ଯ୍ୟନ୍ତ ସବୁକିଛି ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ନିୟମ ଗୁଡିକୁ ମାନୁନଥିବା ବ୍ୟକ୍ତିଙ୍କୁ ‘ପୁଞ୍ଜିବାଦୀ ଅପରାଧୀ’ ଘୋଷଣା କରାଯାଇ ସେମାନଙ୍କୁ ଦଣ୍ଡିତ କରାଯାଉଛି।