୮୦୦ କୋଟିର ଟ୍ୱିନ୍ ଟାୱାର୍ ଭାଙ୍ଗିବା ସମୟରେ ଦେଖିବା ଓ ଭିଡ଼ିଓ କରିବା ଉପରେ ରୋକ୍, ବାଲକୋନିରେ ଦଖାଦେଲେ ହେବ ଜେଲ୍, ଜାଣନ୍ତୁ କାହିଁକି

 
Twin tower

ନୋଏଡାର ସେକ୍ଟର-93A ରେ ନିର୍ମିତ ସୁପରଟେକ୍ ଟ୍ୱିନ୍ ଟାୱାର ଅଗଷ୍ଟ ୨୮ (ରବିବାର) ତାରିଖରେରେ ଭଙ୍ଗାଯିବ। ଭାରତରେ ପ୍ରଥମ ଥର ପାଇଁ ଏତେ ବଡ କୋଠା ଭାଙ୍ଗିଯିବର କାର୍ଯ୍ୟକ୍ରମ ରହିଛି।  ପ୍ରାୟ ୮୦୦ କୋଟି ମୂଲ୍ୟର ଠିଆ ହୋଇଥିବା ଏହି ଟାୱାରଗୁଡ଼ିକ ମାତ୍ର କିଛି ସେକେଣ୍ଡରେ ଅଳିଆ ଗଦାରେ ପରିଣତ ହୋଇଯିବ। ଏଥିପାଇଁ ଟାୱାର୍ ଗୁଡ଼ିକରେ ବିସ୍ଫୋରକ ଲଗାଯିବା ସହିତ ସମସ୍ତ ବୈଷୟିକ କାର୍ଯ୍ୟ ସମାପ୍ତ ହୋଇଛି।

Twin towers

ଏହି ୩୨ ମହଲା କୋଠା ଚାରିପାଖରେ ଅନେକ ଉଚ୍ଚ ଅଟ୍ଟାଳିକା ରହିଛି, ଯେଉଁଠାରେ ହଜାର ହଜାର ଲୋକ ବାସ କରନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ବିସ୍ଫୋରଣ ପୂର୍ବରୁ ଏହି ଲୋକମାନଙ୍କୁ ଘର ଛାଡି ଚାଲିଯିବାକୁ ପ୍ରଶାସନ ଏହି ନିର୍ଦ୍ଦେଶ ଜାରି କରିସାରିଛି। ଏପରିକି ସୋସାଇଟି ବାହାରକୁ ଆସିବା ଠାରୁ ଆରମ୍ଭ କରି ଘର ବାଲକୋନୀକୁ ଯିବା ପର୍ଯ୍ୟନ୍ତ ସବୁ କାର୍ଯ୍ୟରେ ପ୍ରତିବନ୍ଧକ ଲଗାଯାଇଅଛି। ନିୟମ ଉଲ୍ଲଂଘନ କରିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରି ଦିଆଯାଇଛି।

Twin towers

 ବିଲଡିଂ ଚାରିପାଖରେ ଥିବା ରାସ୍ତା ଗୁଡିକରେ ଅନେକ କିଲୋମିଟର ପର୍ଯ୍ୟନ୍ତ ଗତିବିଧିକୁ ରୋକି ଦିଆଯାଇଛି। ଏଥିନେଇ ଟ୍ରାଫିକ ଆଡଭାଇଜରୀ ଜାରି କରାଯାଇଛି। ଟ୍ୱିନ୍ ଟାୱାର୍ ଚାରିପାଖରେ ଛୋଟ ଏବଂ ବଡ ସମୁଦାୟ ୬ଟି ସୋସାଇଟି ରହିଛି। ଏହି ୬ଟି ସୋସାଇଟିରେ ୩ ହଜାରରୁ ଅଧିକ ଫ୍ଲାଟ ରହିଛି। ଟ୍ୱିନ୍ ଟାୱାର ସହିତ ଲାଗି ରହିଥିବା ଏମେରାଲ୍ଡ କୋର୍ଟ ସୋସାଇଟିର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି।  ଏହା ବ୍ୟତୀତ କ୍ଷେତ୍ରର ଅନ୍ୟ ସୋସାଇଟିକୁ ମଧ୍ୟ ନିର୍ଦ୍ଦେଶନାମା ଜାରି କରାଯାଇଛି। ଟ୍ୱିନ୍ ଟାୱାର୍ ଭାଙ୍ଗିବା ସମୟରେ, ଚାରିପାଖରେ ଥିବା ଟାୱାର ଗୁଡିକର ଛାତ ଉପରକୁ ଆସିବା ଏବଂ ଘଟଣାର ଫଟୋ ଏବଂ ଭିଡିଓଗ୍ରାଫି କରିବାକୁ ଅନୁମତି ଦିଆଯାଇନାହିଁ। ଏପରିକି ବାଲକୋନୀରେ ଦେଖାଦେଲେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।