କଂଗ୍ରେସ ସଭାପତି ପଦ ଛାଡ଼ିବା ପରେ ଆପକୁ ସମର୍ଥନ କରି ବର୍ଷିଲେ ନବଜୋତ୍ ସିଂ ସିଦ୍ଧୁ, କହିଲେ ମୁଁ...

ଚଳିତବର୍ଷ ନିର୍ବାଚନରେ ପଞ୍ଜାବରେ ବଡ଼ ଓଲଟପାଲଟ ହୋଇଛି। ଏଠାରେ ଆସନାଧିନ କଂଗ୍ରେସକୁ ହରାଇ ବିଜୟ ହାସଲ କରିଛି ଆମ୍ ଆଦମୀ ପାର୍ଟି। ଏଥିସହିତ ଭଗବତ ମାନ୍ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହାରି ମଧ୍ୟରେ ପଞ୍ଜାବ କଂଗ୍ରେସର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂ ସିଦ୍ଧୁ। ସେ କେବଳ ଯେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ତାହା ନୁହେଁ ବରଂ ଆପ୍ କୁ ସମର୍ଥନ ଜଣାଇବା ସହିତ ସେ ପାଲଟା କଂଗ୍ରେସ ଉପରେ ବର୍ଷିଛନ୍ତି।
କଂଗ୍ରେସର ପରାଜୟ ପରେ ଆପକୁ ବାଛିଥିବାରୁ ଏହା ଏକ ଭଲ ନିଷ୍ପତ୍ତି ବୋଲି ସିଦ୍ଧୁ ପଞ୍ଜାବ ଜନସାଧାରଣଙ୍କୁ କହିଛନ୍ତି। ସେ ଟ୍ୱିଟ ମାଧ୍ୟମରେ କହିଛନ୍ତି ଯେ," ସବୁଠାରୁ ଖୁସି ବ୍ୟକ୍ତି ହେଉଛନ୍ତି ସିଏ ଯିଏ କିଛି ଯାହାଠାରୁ କେହି ଆଶା କରନ୍ତି ନାହିଁ। ଭଗବତ ମାନ ପଂଜାବବାସୀଙ୍କ ମଧ୍ୟରେ ଆଶାର ନୂଆ ସଞ୍ଚାର କରିଛନ୍ତି ଓ ଏକ ନୂତନ ମାଫିଆ ବିରୋଧୀ ଯୁଗର ଆରମ୍ଭ କରିଛନ୍ତି। ଆପ୍ ପଞ୍ଜାବକୁ ପୁନରୁଦ୍ଧାର ପଥରେ ଫେରାଇ ଆଣିବ ବୋଲି ମୁଁ ଆଶା କରୁଛି'।
The happiest man is the one from whom no one expects … Bhagwant Mann unfurls a new anti - Mafia era in Punjab with a mountain of expectations …hope he rises to the occasion , brings back Punjab on the revival path with pro - people policies … best always
— Navjot Singh Sidhu (@sherryontopp) March 17, 2022
ନିର୍ବାଚନ ପୂର୍ବରୁ ପଞ୍ଜାବ କଂଗ୍ରେସରେ ବଡ଼ ଧାରଣର ବିଭ୍ରାଟ ସୃଷ୍ଟି ହୋଇଥିଲା। ପ୍ରଥମେ ସିଦ୍ଧୁ ସେତବେଳର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରେନ୍ଦ୍ର ସିଂଙ୍କ ବିରୁଦ୍ଧରେ ଜଘନ୍ୟ ଆରୋପ ଲଗାଇଥିଲେ। କ୍ୟାପଟେନ ଡ୍ରଗ୍ସ ମାଫିଆଙ୍କୁ ସୁରକ୍ଷା ଦେଉଥିବା ନେଇ ସିଦ୍ଧୁ ଅଭିଯୋଗ ଆଣିଥିଲେ। ଏହାର କିଛିଦିନ ପରେ କଂଗ୍ରେସ କ୍ୟାପଟେନଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଚରଣଜିତ୍ ସିଂ ଚନ୍ନିଙ୍କୁ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଦେଇଥିଲା। ବିଶେଷଜ୍ଞ ମାନଙ୍କ କହିବା ଅନୁଯାଇ କଂଗ୍ରେସ ମଧ୍ୟରେ ହୋଇଥିବା ଏହି କଳହ ହିଁ ଚଳିତ ନିର୍ବାଚନରେ ଦଳର ପରାଜୟର ମୁଖ୍ୟ କାରଣ ସାଜିଥିଲା।