ନିଜ ପାଇଁ ସରକାରୀ ବଜେଟରୁ ଖର୍ଚ୍ଚ କରନ୍ତି ନାହିଁ ପ୍ରଧାନମନ୍ତ୍ରୀ ମୋଦୀ! ନିଜ ଟଙ୍କାରେ ଖାଆନ୍ତି ଓ ପିନ୍ଧନ୍ତି, RTIରୁ ଖୁଲାସା, ଜାଣନ୍ତୁ ପୂରା ଖବର 

 
Modi

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଖାଇବା ପିଇବା ଠାରୁ ଆରମ୍ଭ କରି ପୋଷାକ କିଣିବା ପର୍ଯ୍ୟନ୍ତ ମୋଦୀଙ୍କ ପଛରେ ସରକାରୀ ପାଣ୍ଠିରୁ ଟଙ୍କାଟିଏ ଖର୍ଚ୍ଚ ହୁଏନାହିଁ। କଥାଟି ଶୁଣି ବିଶ୍ଵାସ ହେଉନାହିଁ କି? ସୂଚନା ଅଧିକାର ଆଇନ ବଳରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଖୋଦ୍ ପିଏମଓ ପକ୍ଷରୁ ଏହିଭଳି ସୂଚନା ଦିଆଯାଇଛି। ମୋଦୀ ନିଜ ଖର୍ଚ୍ଚ ନିଜେ ବହନ କରୁଥିବା ସୂଚନା ଦିଆଯାଇଛି।

Narendra modi

 ମିଳିଥିବା ସୂଚନା ଅନୁଯାଇ ଆରଟିଆଇ ମାଧ୍ୟମରେ ନରେନ୍ଦ୍ର ମୋଦୀଙ୍କର ଖାଇବା ଖର୍ଚ୍ଚ କିଏ ବହନ କରିଥାଏ ବୋଲି ପ୍ରଶ୍ନ ପଚରା ଯାଇଥିଲା। ଏହାର ଉତ୍ତରରେ ପ୍ରଧାନମନ୍ତ୍ରୀ ନିଜ ଖାଇବା ଖର୍ଚ୍ଚ ନିଜେ ବହନ କରନ୍ତି ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ସୂଚନା ଦେଇଛନ୍ତି। ଏଥିସହିତ ତାଙ୍କର ଖାଇବା ପିଇବା ପାଇଁ ସରକାରୀ ବଜେଟ୍ ରୁ ଟଙ୍କାଟିଏ ଖର୍ଚ୍ଚ ହୋଇନାହିଁ ବୋଲି କୁହାଯାଇଛି।

Modiji

ଏହା ପୂର୍ବରୁ ମୋଦୀଙ୍କ ପୋଷାକ ପତ୍ରର ଖର୍ଚ୍ଚ କିଏ ବହନ କରିଥାଏ ବୋଲି ଆରଟିଆଇ ମାଧ୍ୟମରେ ପ୍ରଶ୍ନ କରାଯାଇଥିଲା। ନିଜ ପୋଷାକ ପାଇଁ ପ୍ରଧାନମନ୍ତ୍ରୀ ନିଜେ ଖର୍ଚ୍ଚ କରୁଥିବା ଜଣାପଡିଥିଲା। ଏପରିକି ୨୦୧୫ ମସିହାରେ ବଜେଟ୍ ଅଧିବେଶନ ସମୟରେ ସଂସଦର କ୍ୟାଣ୍ଟିନରେ ଖାଦ୍ୟ ଖାଇ ମୋଦୀ ଚର୍ଚ୍ଚାର ପରିସରକୁ ଆସିଥିଲେ। ଏପରିକି ଖାଦ୍ୟ ଖାଇବା ପରେ ଏହା ବାବଦକୁ ସେ ୨୯ ଟଙ୍କା ପୈଠ ମଧ୍ୟ କରିଥିଲେ।