ମନକୁ ଆସିଲା ଉପାୟ, ନିଜ କ୍ଷୀରରୁ ଜୁଏଲାରୀ ତିଆରି କରି କୋଟିକୋଟି ରୋଜଗାର କରୁଛନ୍ତି ଏହି ମହିଳା, ଜାଣନ୍ତୁ କେମିତି

 
Jwellery

ମଣିଷ କ୍ଷୀରରୁ ପ୍ରସ୍ତୁତ ହେଉଛି ଜୁଏଲାରୀ। କଥାଟି ଶୁଣି ଆପଣ ଚମକି ପଡିଲେ କି? ଆଜ୍ଞା ହଁ ବ୍ରେଷ୍ଟ ମିଳ୍କରୁ ପ୍ରସ୍ତୁତ ହେଉଥିବା ଏହି ଗହଣାର ବିଦେଶ ମାର୍କେଟରେ ଯଥେଷ୍ଟ ଚାହିଦା ବଢିବାରେ ଲାଗିଛି। ଲଣ୍ଡନରେ ଏହି ଗହଣା ପ୍ରସ୍ତୁତ କରାଯାଉଥିବା ବେଳେ କମ୍ପାନୀର ମଳିକାଣୀ କୋଟିପତି ହୋଇ ଯାଇଛନ୍ତି।

Jewellery

 ଏପରି ଗହଣା ତିଆରି କରୁଥିବା ମହିଳାଙ୍କ ନାମ ସାଫିୟା ରିଆଦ ହୋଇଥିବା ବେଳେ ସେ ଲଣ୍ଡନର ବସିନ୍ଧା ଅଟନ୍ତି। ସୋଫିଆ ୩ଟି ସନ୍ତାନଙ୍କର ଜନନୀ ଅଟନ୍ତି, ବ୍ରେଷ୍ଟ ମିଳ୍କରେ ପ୍ରସ୍ତୁତ ଜୁଏଲାରୀକୁ ନେଇ ସୋଫିଆ ପ୍ରଥମେ ତାଙ୍କ ସ୍ୱାମୀଙ୍କୁ ଜଣାଇଥିଲେ। ଏହା ପରେ ଉଭୟେ ମ୍ୟାଜେଣ୍ଟା ଫ୍ଲାୱାର୍ସ ନାମକ ଏକ କମ୍ପାନୀର ଶୁଭାରମ୍ଭ କରିଥିଲେ।

Mother milk jewellery

ଏହା ଏକ ଅସାଧାରଣ ଜୁଏଲାରୀ ହୋଇଥିବାରୁ ବ୍ରେଷ୍ଟ ମିଲ୍କ ଜୁଏଲାରୀର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଥିଲା। ୨୦୧୯ରେ ଆରମ୍ଭ ହୋଇଥିବା ଏହି କମ୍ପାନୀକୁ ୪ ହଜାରରୁ ଅଧିକ ପୁରସ୍କାର ମିଳି ସାରିଲାଣି। କେବଳ ଏତିକି ନୁହେଁ ବରଂ ଆଗାମୀ ବର୍ଷ ସୁଦ୍ଧା ଏହି କମ୍ପାନୀ ୧୫ କୋଟିରୁ ଅଧିକ ବ୍ୟବସାୟ କରିବାର ଲକ୍ଷ୍ୟ ରଖିଛି। ଗୋଟିଏ ଜୁଏଲାରୀ ତିଆରି କରିବା ପାଇଁ ୩୦ ମିଲିଲିଟର ଦୁଧର ଆବଶ୍ୟକତା ହେଉଥିବା ଜଣାଯାଇଛି।