ବିବାହିତା ଝିଅକୁ ମାରିଦେଲେ ଶାଶୁଘର ଲୋକେ, ନିଜେ ମୁଖାଗ୍ନି ସହ ଅନ୍ତିମ ସଂସ୍କାର କଲା ଜନ୍ମକଲା ମା, ପୂରା ଘଟଣା ଜାଣି ହେବେ ଦୁଃଖିତ
ବିହାରର ଗୟା ଠାରେ ଏକ ଅଭାବନୀୟ ମାମଲା ସାମ୍ନାକୁ ଆସିଛି। ଏଠାରେ ବିବାହିତା ଝିଅର ସନ୍ଧେହଜନକ ମୃତ୍ୟୁ ପରେ ଜନ୍ମକଲା ମାଆକୁ ମୁଖାଗ୍ନି ଦେବାକୁ ପଡିଛି। ତେବେ, ମହିଳାଙ୍କ ମୃତ୍ୟୁ ପରେ ବାପ ଘର ଏବଂ ଶାଶୂଘର ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ତେବେ, ମାଆ ନିଜ ଝିଅର ମୁଖାଗ୍ନି ଦେଉଥିବାର ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ମିଳିଥିବା ସୂଚନା ଅନୁଯାଇ ସହରର ନୱାଗଢ଼ି ନିବାସୀ ସ୍ୱର୍ଗତ ବିଷ୍ଣୁ ଉପାଧ୍ୟାୟଙ୍କ ଝିଅ ସପ୍ନା କୁମାରୀ ୬ ବର୍ଷ ପୂର୍ବେ ହେମନ୍ତ ଚୌଧୁରୀଙ୍କୁ ବିବାହ କରିଥିଲେ। ଗତ ଦୁଇ ବର୍ଷ ଧରି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଗୁରୁବାର ସପ୍ନା ସନ୍ଦେହଜନକ ଭାବେ ମୃତ୍ୟୁବରଣ କରିଥିଲେ। ତାଙ୍କ ବେକରେ ଏବଂ କେତେକ ସ୍ଥାନରେ ଆଘାତ ଚିହ୍ନ ଦେଖିବାକୁ ମିଳିଥିଲା।
ଏହି ମାମଲାରେ ମୃତକଙ୍କ ମା ସାବିତ୍ରୀ ଦେବୀଙ୍କ ବିବୃତ୍ତିରେ ବିଷ୍ଣୁପଦ ପୋଲିସ ଷ୍ଟେସନରେ ଏତଲା ଦେଇଥିଲେ। ମୃତକାଙ୍କ ସ୍ୱାମୀ ହେମନ୍ତ ଚୌଧୁରୀ, ଭଉଣୀ କାରୋ ଦେବୀ ଏବଂ ତାଙ୍କ ମାମୁଁଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ଏହି ମାମଲାରେ ପୋଲିସ ଅଭିଯୁକ୍ତ ସ୍ୱାମୀ ହେମନ୍ତ ଚୌଧୁରୀକୁ ଗିରଫ କରିବା ସହିତ ଆଗକୁ ତଦନ୍ତ ଜାରି ରଖିଛି।