ରୋମାନ୍ସ କରିବାରେ ଏହି ସହର ହେଉଛି ଦୁନିଆର ଏକ ନମ୍ବର, ଛୁଆ ଠୁ ବୁଢା ଯାଏଁ ସମସ୍ତେ କରନ୍ତି ରୋମାନ୍ସ

 
Romance

ଦୁନିଆର ପ୍ରାୟ ସମସ୍ତ ସହରର ଲୋକମାନଙ୍କ ଠାରେ କିଛି ଖାସ୍ ଗୁଣ ଏବଂ ଅଭ୍ୟାସ ଦେଖିବାକୁ ମିଳିଥାଏ। ତେବେ ଏହାରି ଭିତରେ ଇଂଲଣ୍ଡର 'ଦ ବୋତଲ କ୍ଲବ' ମୋଷ୍ଟ ସେଡକ୍ଟିଭ୍ ସିଟିସ୍ ଅଫ୍ ଦି ୱାର୍ଲ୍ଡ ଅଥବା ଅଧିକ ରୋମାନ୍ସ କରୁଥିବା ସହର ମାନଙ୍କୁ ନେଇ ଏକ ସର୍ଭେ କରିଥିଲା। ଏହି ସର୍ଭେରେ ବ୍ରିଟେନର ରାଜଧାନୀ ଲଣ୍ଡନ ଶୀର୍ଷ ସ୍ଥାନରେ ରହିଛି।

Romance

ହୋଇଥିବା ସର୍ଭେ ଅନୁଯାଇ ଲଣ୍ଡନ ସେଡକ୍ଟିଭ୍ ସିଟି ବର୍ଗର ଶୀର୍ଷରେ ରହିଛି। ସର୍ଭେରେ ଏହି ସହର ସମ୍ପୂର୍ଣ୍ଣ ୮୦ ରୁ ୭୨.୨ ସ୍କୋର ହାସଲ କରିଛି।  ଏଠାରେ ୧ ଲକ୍ଷରୁ ଅଧିକ ଲୋକ ପର୍ଣ୍ଣ ସାଇଟରେ ଆକାଉଣ୍ଟ ଖୋଲିଛନ୍ତି। ଏହି ସହରରେ ୧୦,୦୦୦ ରୁ ଅଧିକ ଲୋକେ ଆଡଲ୍ଟ ସବସ୍କ୍ରିପସନ୍ ସାଇଟ୍ "ଓନ୍ଲି ଫାନ୍ସରୁ" ଟଙ୍କା ରୋଜଗାର କରୁଛନ୍ତି। ଏହି ତାଲିକାର ଦ୍ୱିତୀୟ ନମ୍ବରରେ ଆମେରିକାର ଲାସ୍ ଭେଗାସ୍ ସହର ରହିଛି ଯାହାକୁ ୬୭.୬ ପଏଣ୍ଟ ମିଳିଥିବା ବେଳେ ନ୍ୟୁୟର୍କ ସହରକୁ ୬୬.୫ ପଏଣ୍ଟ ମିଳିଛି।

Couple

ଅନ୍ୟପକ୍ଷରେ ରୋମାନ୍ସ ପାଇଁ ଭିନ୍ନ ଭିନ୍ନ ଏବଂ ଅଜବ ପ୍ରକାର ଶୈଳୀ ବ୍ୟବହାର କରୁଥିବା ନେଇ ମଧ୍ୟ ସର୍ଭେ କରାଯାଇଥିଲା। ଯେଉଁଥିରେ ଲଣ୍ଡନ ପ୍ରଥମ ସ୍ଥାନ ଅଧିକାର କରିବା ସହିତ ଲାସ୍ ଭେଗାସ୍ ଦ୍ଵିତୀୟ ଏବଂ ଜର୍ମାନୀ ରାଜଧାନୀ ବର୍ଲିନ୍ ତୃତୀୟ ସ୍ଥାନରେ ରହିଛି। ସେହିପରି ଲଣ୍ଡନରେ ଧୋକା ଦେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି। ଏହି ପରିପ୍ରେକ୍ଷୀରେ ବ୍ରିଟେନର ସହର ବର୍ମିଂହାମ ଦ୍ୱିତୀୟ ଏବଂ ନଟିଂହାମ ତୃତୀୟ ସ୍ଥାନ ଅଧିକାର କରିଛି। ଏଠାରେ ଜନସଂଖ୍ୟା ୭୫ ଲକ୍ଷ ହୋଇଥିବା ବେଳେ ୧ ଲକ୍ଷରୁ ଅଧିକ ଲୋକେ ପରକୀୟା ପ୍ରୀତିରେ ଲିପ୍ତ ଥିବା ଜଣାଯାଇଛି।