ବିବାହ କରିଛନ୍ତି କି? ତେବେ ସରକାରଙ୍କ ଏହି ଯୋଜନାରେ ପାଇବେ ୭୨,୦୦୦ ଟଙ୍କା, ଖାଲି କରିବାକୁ ପଡ଼ିବ ଏହି କାମ

 
Modi

ଯଦି ଆପଣଙ୍କ ବିବାହ ହୋଇସାରିଛି ତେବେ, ଆପଣଙ୍କ ପାଇଁ ଏକ ଖୁସି ଖବର। କେନ୍ଦ୍ର ସରକାରଙ୍କ ଏକ ନୂଆ ଯୋଜନାରେ ନିବେଶ କରି ବର୍ଷକୁ ୭୨,୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ୍ ପାଇପାରିବେ। ଏହି ଯୋଜନା ମାଧ୍ୟମରେ ପ୍ରଥମେ ଏକ ଦମ୍ପତ୍ତିଙ୍କୁ ମାସକୁ ୨୦୦ ଟଙ୍କା ଲେଖାଏଁ ଜମା କରିବାକୁ ହେବ। ସରକାର ଜାତୀୟ ପେନସନ୍ ଯୋଜନା ଅଧୀନରେ ଏହି ପ୍ରକାର ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି।

Marriage

ଏହି ଯୋଜନାରେ ପଞ୍ଜିକୃତ ହେବାକୁ ଚାହୁଁଥିଲେ ଆପଣଙ୍କ ପାଖରେ କୌଣସି ଏକ ବ୍ୟାଙ୍କ ଆକାଉଣ୍ଟ ଅଥବା ଜନଧନ ଯୋଜନା ଆକାଉଣ୍ଟ ସହିତ ଆଧାର କାର୍ଡ ଥିବା ଜରୁରୀ ଅଟେ। ଏହି ଯୋଜନା ଅନୁଯାଇ ଜଣେ ବିବାହିତ ବ୍ୟକ୍ତିଙ୍କୁ ପ୍ରତି ମାସରେ ୧୦୦ ଟଙ୍କା ଲେଖାଏଁ ଜମା କରିବାକୁ ହେବ। ଏପରି ହେବା ଦ୍ୱାରା ୩୦ ବର୍ଷରେ ଏହି ରାଶି ୩୬୦୦୦ ଟଙ୍କାରେ ପହଞ୍ଚିଯିବ। ଏହା ଆଧାରରେ ବ୍ୟକ୍ତି ଜଣକ ମାସକୁ ୩୦୦୦ ଟଙ୍କା ଲେଖାଏଁ ପେନସନ ପାଇପାରିବେ।

Money

 ଯଦି ଉକ୍ତ ବ୍ୟକ୍ତିଙ୍କର କୌଣସି କାରଣ ହେତୁ ମୃତ୍ୟୁ ହୋଇଯାଏ। ତେବେ, ନୋମିନି ସ୍ୱାମୀ ବା ସ୍ତ୍ରୀଙ୍କୁ ପ୍ରତି ମାସରେ ଏହି ପେନସନର ଅଧା ୧୫୦୦ ଟଙ୍କା ପ୍ରଦାନ କରାଯିବ। ଉଭୟ ପତିପତ୍ନୀ ଏହି ଯୋଜନାରେ ଅଂଶଗ୍ରହଣ କରିଲେ ସେମାନେ ମାସକୁ ୬୦୦୦ ଟଙ୍କା ପେନସନ ପାଇ ପାରିବେ। ଅର୍ଥାତ ବର୍ଷକୁ ସେମାନେ ୭୨୦୦୦ ଟଙ୍କା ପାଇବାକୁ ସକ୍ଷମ ହୋଇପାରିବେ। ଏହି ଯୋଜନାର ଲାଭ ଉଠାଇବାକୁ ହେଲେ ଆପଣ ବିବାହିତ ଏବଂ ଆପଣଙ୍କ ବୟସ ୧୮ ରୁ ୪୦ ବର୍ଷ ଭିତରେ ହୋଇଥିବା ଆବଶ୍ୟକ ଅଟେ।