ଦେଖନ୍ତୁ ଭିଡ଼ିଓ: ମହଙ୍ଗା ପଡ଼ିଲା ହୋଲି ସେଲିବ୍ରେସନ୍, ନିଶାଗ୍ରସ୍ତ ଅବସ୍ଥାରେ ନିଜ ଛାତିରେ ଛୁରୀ ଭୁସିଦେଲେ ଏହି ଯୁବକ, ଆଉ ତାପରେ...

ହୋଲି ଦିନ ଲୋକେ ରଙ୍ଗରେ ଖେଳିବା ସହିତ ନିଶାଗ୍ରସ୍ତ ହୋଇ ଉତ୍ପାତ କରିବା କିଛି ନୂଆ କଥା ନୁହେଁ। ଏପରି ଅନେକ ଘଟଣାମାନ ଦେଖିବାକୁ ମିଳିଥାଏ। କିନ୍ତୁ, ମଧ୍ୟପ୍ରଦେଶରେ ନିଶାଗ୍ରସ୍ତ ହୋଇ ଜଣେ ଯୁବକ ନିଜ ଉପରେ ଛୁରୀ ଦ୍ୱାରା ଆକ୍ରମଣ କରି ଟଳି ପଡିଥିବା ଭଳି ଦୁଃଖଦ ଖବର ସାମ୍ନାକୁ ଆସିଛି। ଏହି ଘଟଣାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।
ଯୁବକଙ୍କ ନାମ ଗୋପାଳ ସୋଲାଙ୍କି ହୋଇଥିବା ବେଳେ ମଧ୍ୟପ୍ରଦେଶର ବାନଗଙ୍ଗା ଅଞ୍ଚଳରେ ହୋଲି ଉତ୍ସବ ପାଳନ କରୁଥିବା ସମୟରେ ଏଭଳି ଦୁର୍ଘଟଣା ଘଟିଛି। ଭାଇରାଲ ହେଉଥିବା ଏହି ଭିଡ଼ିଓରେ ଗୋପାଳ ମାତାଲ ହୋଇ ନାଚୁଥିବାର ଦେଖିବାକୁ ମିଳୁଛି। ସେ ହାତରେ ଛୁରୀ ଧରିଥିବା ବେଳେ ଗୀତର ତାଳେ ତାଳେ ହଠାତ ସେ ନିଜ ଛାତିରେ ଛୁରୀ ଭୂଷି ଦେଉଛନ୍ତି। ଦେଖନ୍ତୁ ଭିଡ଼ିଓ:-
A man succumbed to injuries in Indore, he was dancing with a knife in his hand during holi celebrations stabbed himself, he was taken to a hospital where the doctors declared him dead @ndtv @ndtvindia pic.twitter.com/7tbGC9T9BB
— Anurag Dwary (@Anurag_Dwary) March 19, 2022
ଗୋପାଳ ଏତେ ମାତ୍ରାରେ ମଦ ପିଇଥିଲେ ଯେ ଛୁରୀ ଭୂଷିବା ପରେ ମଧ୍ୟ ଆହତ ହେବା ନେଇ ସେ ଜାଣି ପାରିନଥିଲେ। ସେଠାରେ ଉପସ୍ଥିତ ଥିବା ସାଙ୍ଗମାନେ ପ୍ରଥମେ ଏହାକୁ ଦେଖିଥିଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ ଶ୍ରୀ ଅରବିନ୍ଦ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।