ନିଜକୁ ସତ ସତିଆ କୁକୁର ପରି ଦେଖାଯିବାକୁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଲେ ଏହି ବ୍ୟକ୍ତି, କାରଣ ଜାଣି ହେବେ ତାଜୁବ୍

 
Kukura

କାହିଁ କେଉଁ ପୁରାତନ କାଳରୁ ମଣିଷ ଏବଂ କୁକୁର ମଧ୍ୟରେ ବନ୍ଧୁତାର ସମ୍ପର୍କ ରହି ଆସିଛି। କୁକୁରକୁ ଯେତେ ଭଲପାଉଥିଲେ ମଧ୍ୟ ଆପଣ କେବେ ବି ଏକ କୁକୁର ପରି ହେବାକୁ ଚାହିଁବେ କି? ପ୍ରାୟତଃ ଲୋକେ ଏହି ପ୍ରଶ୍ନର ନାଁରେ ଉତ୍ତର ଦେବେ। କିନ୍ତୁ, ଜାପାନ ଟୋକିଓରେ ରହୁଥିବା ଜଣେ ବ୍ୟକ୍ତି କୁକୁର ଭଳି ଦେଖାଯିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବା ଠାରୁ ପଛାଇ ନାହାଁନ୍ତି।

Dog look

ମିଳିଥିବା ସୂଚନା ଅନୁଯାଇ ଟୋକିଓରେ ରହୁଥିବା ଏହି ବ୍ୟକ୍ତି ଜଣକ କୁକୁର ପରି ଦେଖାଯିବାକୁ ବହୁତ ପସନ୍ଦ କରିଥାନ୍ତି। ଏହା ତାଙ୍କର ବହୁ ଦିନର ସ୍ୱପ୍ନ ରହିଥିବା ବେଳେ ସେ ଏହାକୁ ସାକାର ମଧ୍ୟ କରିଛନ୍ତି। ପ୍ରକୃତରେ ବ୍ୟକ୍ତି ଜଣକ ଏଥିପାଇଁ ଏକ ସ୍ୱତନ୍ତ୍ର ପୋଷାକ ପ୍ରସ୍ତୁତ କରିଛନ୍ତି। ଏହି ପୋଷାକକୁ ପିନ୍ଧିବା ପରେ ସେ ଅବିକଳ କୁକୁରଟିଏ ପରି ଦେଖା ଯାଉଛନ୍ତି। ଏହାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦେଖନ୍ତୁ ଭିଡ଼ିଓ:-ଭାଇରାଲ ହେଉଥିବା ଏହି ଭିଡ଼ିଓଟିକୁ ଲକ୍ଷ ଲକ୍ଷ ଲୋକେ ଦେଖି ସାରିଥିବା ବେଳେ ଅନେକେ ଏହାକୁ ପସନ୍ଦ ମଧ୍ୟ କରିଛନ୍ତି। ଟୋକା ଇଭ୍ ନାମକ ଏହି ବ୍ୟକ୍ତି ଏହି ସ୍ୱତନ୍ତ୍ର ପୋଷାକ ତିଆରି କରିବା ପାଇଁ ପ୍ରାୟ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଏଥିପାଇଁ ଜିପେଟ୍ ନାମକ ଏକ କମ୍ପାନୀକୁ ନିୟୋଜିତ କରିଥିଲେ। ଜିପେଟ ଏହି ପୋଷାକ ତିଆରି କରିବା ପାଇଁ ପ୍ରାୟ ୪୦ ଦିନ ସମୟ ନେଇଥିଲା।