ଅଜବ ଲାଗିଲେ ବି ସତ! ବିବାହର ୮ ବର୍ଷ ପରେ ମହିଳା ଜାଣିଲେ ତାଙ୍କ ସ୍ୱାମୀ ପୁରୁଷ ନୁହେଁ ମହିଳା, ଆଉ ତାପରେ...

 
Truth

ସ୍ୱାମୀ ଭାବି ଯାହା ହାତ ଧରିଥିଲେ ସେ ପୁରୁଷ ନୁହେଁ ବରଂ ଜଣେ ନାରୀ ବୋଲି ବିବାହର ୮ ବର୍ଷ ପରେ ଜାଣିଲେ ଏହି ମହିଳା। କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ହେଁ ଗୁଜୁରାଟ ବରୋଦା ଠାରେ ତାଙ୍କ ସ୍ୱାମୀ ନିଜ ଲିଙ୍ଗ ବିଷୟରେ ମିଛ କହିଥିବା ନେଇ ଜଣେ ବିବାହିତା ମହିଳା ଥାନାରେ ଅଭିଯୋଗ ଆଣିଛନ୍ତି। ଏହି ଘଟଣା ପ୍ରଘଟ ହେବାପରେ ଏହାକୁ ନେଇ ଚର୍ଚ୍ଚା ବଢିଛି ଏବଂ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

Sex

ମିଳିଥିବା ସୂଚନା ଅନୁଯାଇ ୪୦ ବର୍ଷୀୟ ମହିଳା ଜଣକ ପୂର୍ବରୁ ବିବାହ କରିଥିଲେ ଏବଂ ତାଙ୍କର ୧୬ ବର୍ଷର ଏକ ଝିଅ ମଧ୍ୟ ରହିଛି। କିନ୍ତୁ, ଦୁର୍ଘଟଣାରେ ପ୍ରଥମ ସ୍ୱାମୀଙ୍କର ମୃତ୍ୟୁ ପରେ ସେ ମ୍ୟାଟ୍ରିମୋନିଆଲ ସାଇଟରେ ଜିତେଶ ନାମକ ଜଣେ ଯୁବକଙ୍କ ସମ୍ପର୍କରେ ଆସିଥିଲେ। ଉଭୟ ଉଭୟଙ୍କୁ ପସନ୍ଦ କରିବାରୁ ବିବାହ କାର୍ଯ୍ୟକ୍ରମ ମଧ୍ୟ ସମ୍ପର୍ଣ୍ଣ ହୋଇଥିଲା। ସେମାନେ ହନିମୁନ ପାଇଁ କାଶ୍ମୀର ମଧ୍ୟ ଯାଇଥିଲେ। ତେବେ, ସେଠାରେ ଜିତେଶ ନିଜ ପତ୍ନୀଙ୍କ ଠାରୁ ଦୂରେଇ ରହୁଥିଲେ।

Arrested

 ବାରମ୍ବାର ବାଧ୍ୟ କରିବା ସତ୍ତ୍ୱେ ସେ ଶାରୀରିକ ସମ୍ପର୍କ ରଖିବାକୁ ମନା କରୁଥିଲେ। ଏପରିକି କିଛି ବର୍ଷ ପୂର୍ବେ ଦୁର୍ଘଟଣା ହେତୁ ତାଙ୍କର ଯୌନାଙ୍ଗ ଅକ୍ଷମ ହୋଇଯାଇଛି ଏବଂ ସର୍ଜରୀ ଦ୍ୱାରା ଏହା ଠିକ ହୋଇଯିବ ବୋଲି କହିଥିଲେ ଜିତେଶ। ତେବେ, ପତ୍ନୀଙ୍କୁ ମିଛ କହି ସେ କୋଲକାତା ଯାଇ ନିଜର ଲିଙ୍ଗ ପରିବର୍ତ୍ତନ କରିଥିଲେ। ସବୁ ସତ ଜାଣିବା ପରେ ମହିଳା ଜଣକ ଜିତେଶ ଏବଂ ତାଙ୍କ ପରିବାର ନାମରେ ଥାନାରେ ଅଭିଯୋଗ କରିଛନ୍ତି। ଜିତେଶ ତାଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିବା ମଧ୍ୟ ଅଭିଯୋଗ ହୋଇଛି।