ସ୍ତ୍ରୀକୁ ଏମିତି ଡର ଯେ ୧୦୦ ଫୁଟ ଉଚ୍ଚ ତାଳ ଗଛ ଉପରେ ରହୁଛି ସ୍ୱାମୀ, ଖାଇବା ପିଇବା ଶୋଇବା ସବୁ ସେଇଠି, ଜାଣନ୍ତୁ ପୂରା ଖବର

 
Swami stree

ସ୍ୱାମୀ-ସ୍ତ୍ରୀ ମଧ୍ୟରେ କଳି ଝଗଡ଼ା ହେବା କିଛି ନୂଆ କଥା ନୁହେଁ। କିନ୍ତୁ, ପ୍ରତିଦିନ ସ୍ତ୍ରୀ ଝଗଡ଼ା କରିବା ସହିତ ମାଡ଼ ମାରୁଥିବାରୁ ସ୍ୱାମୀ ଘରେ ନ ରହି ନିକଟସ୍ଥ ଏକ ତାଳ ଗଛ ଉପରେ ଆଶ୍ରୟ ନେଇଥିବା ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର ମଉ ଜିଲ୍ଲା କୋପାଗଞ୍ଜ ଅଞ୍ଚଳର ବସାଥପୁର ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

Victim

 ତାଳ ଗଛ ଉପରେ ଜୀବନ ବିତାଉଥିବା ବ୍ୟକ୍ତିଙ୍କ ନାମ ରାମପ୍ରବେଶ ହୋଇଥିବା ବେଳେ ତାଙ୍କ ପିତାଙ୍କ କହିବା ଅନୁଯାଇ ବିବାହ ପରଠାରୁ ପୁଅ ବୋହୂଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ପ୍ରତିଦିନ ଘରେ ଅଶାନ୍ତି ହେଉଥିବା ବେଳେ ସ୍ତ୍ରୀ ମାଡ଼ ମାରୁଥିବାରୁ ରାମପ୍ରବେଶ ଘର ଛାଡ଼ି ତାଳ ଗଛ ଉପରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ସେବେଠାରୁ ସେ ତାଳ ଗଛ ଉପରେ ହିଁ ରହୁଛନ୍ତି। ପରିବାର ଲୋକ ଏବଂ ଗାଁ ଲୋକେ ଯେତେ ବୁଝାଇଲେ ମଧ୍ୟ ସେ ଶୁଣୁନାହାଁନ୍ତି।

Palm tree

 ରାମପ୍ରବେଶ ତାଳ ଗଛ ଉପରୁ ହିଁ ପରିବାର ଦ୍ୱାରା ଦିଆଯାଉଥିବା ଖାଦ୍ୟ ଏବଂ ପାନୀୟ ଗ୍ରହଣ କରିଥାନ୍ତି। ଏକ ଦଉଡି ସାହାଯ୍ୟରେ ସେ ଖାଦ୍ୟ ସାମଗ୍ରୀ ଏବଂ ପାଣି ଉପରକୁ ନେଇଥାନ୍ତି। ଉକ୍ତ ତାଳ ଗଛଟି ଗାଁ ମଝିରେ ଥିବାରୁ ସେମାନଙ୍କ ନିଜତ୍ୱ ହନନ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ହେଁ ବ୍ୟକ୍ତି ଜଣକ ଗଛ ଉପରୁ ଓଲ୍ହାଇନଥିଲେ। ଫଳରେ ଏକ ଭିଡ଼ିଓ ରେକର୍ଡ଼ କରି ପୋଲିସ ସେଠାରୁ ଚାଲିଯାଇଥିଲା।