ଦେଖନ୍ତୁ ବିପଜ୍ଜନକ ଷ୍ଟଣ୍ଟର ଭିଡ଼ିଓ: ୧୨ ତାଲା ଉପରେ ଝୁଲି ଏଭଳି କଣ କରୁଛନ୍ତି ଏହି ବ୍ୟକ୍ତ? ଭାଇରାଲ୍ ହେଉଛି ଭିଡ଼ିଓ

 
Stunts

ଦୁନିଆରେ ଏଭଳି ଅନେକ ବ୍ୟକ୍ତି ବିଶେଷ ରହିଛନ୍ତି ଯେଉଁମାନେ ଲୋକପ୍ରିୟ ହେବା ପାଇଁ ଯେ କୌଣସି ସ୍ଥରକୁ ଯାଇପାରନ୍ତି। ଏପରିକି ନିଜର ଜୀବନକୁ ବାଜି ଲଗାଇବା ପାଇଁ ମଧ୍ୟ ପଛାଇ ନଥାନ୍ତି। ସୋସିଆଲ ମିଡିଆରେ ଏଭଳି ଅନେକ ଖବର ଏବଂ ଭିଡ଼ିଓ ଭାଇରାଲ ହୋଇଥାଏ। ଏଭଳି ହିଁ ଆଉ ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ବ୍ୟକ୍ତି ବିଲ୍ଡିଂର ୧୨ ମହଲା ଉପରେ ବିପଜ୍ଜନକ ଭାବରେ ବ୍ୟାୟାମ କରୁଥିବା ଦେଖିବାକୁ ମିଳୁଛି।

Stunt

ଭାଇରାଲ ହେଉଥିବା ଭିଡ଼ିଓରେ ଜଣେ ବ୍ୟକ୍ତି ୧୨ ମହଲା ଉପରେ ଏକ ରେଲିଂ ବା ରଡ୍ କୁ ଧରି ତଳକୁ ଝୁଲି ଏକ୍ସରସାଇଜ୍ କରୁଥିବାର ଦେଖିବାକୁ ମିଳୁଛି। ଭିଡ଼ିଓଟିକୁ ବିପରୀତ ବିଲ୍ଡିଂରେ ଥିବା ଜଣେ ବ୍ୟକ୍ତି ରେକର୍ଡ଼ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ମିଳିଥିବା ସୂଚନା ଅନୁଯାଇ ଏଭଳି କାମ କରିଥିବା ଦିପକ ମଲ୍ଲିକ(୫୬) ନାମକ ଏହି ଯୁବକ ଜଣେ ମାନସିକ ରୋଗୀ ଅଟନ୍ତି। ତାଙ୍କର ପରିବାର ସହିତ ୨୮ ବର୍ଷର ଏକ ପୁଅ ମଧ୍ୟ ରହିଛି। ଘଟଣା ସମ୍ପର୍କରେ ଜାଣିବା ପରେ ଆରଡବ୍ଲୁଏ ଅଫିସରମାନେ ଆସି ଦୀପକଙ୍କର ସଠିକ ଧ୍ୟାନ ନେବା ପାଇଁ ତାଙ୍କ ପରିବାର ଲୋକଙ୍କୁ ପରାମର୍ଶ ଦେଇଥିଲେ।