ଦେଖନ୍ତୁ ଭିଡ଼ିଓ: ଗାଡ଼ି ଉପରେ ଷ୍ଟଣ୍ଟ କରିବା ପଡ଼ିଲା ମହଙ୍ଗା! ତଳେ ପଡ଼ି ହେଲା ଏପରି ଅବସ୍ଥା….

 
Stunt

ଚାଲୁଥିବା ଗାଡି ଉପରେ ଷ୍ଟଣ୍ଟ ମାରିବା ଏବଂ ଏହାର ଭିଡ଼ିଓ ସୋସିଆଲ ମିଡିଆରେ ଅପଲୋଡ଼ କରି ବାହାବାହା ଲୁଟିବା ଆଜିର ଯୁବପିଢ଼ି ପାଇଁ କିଛି ନୂଆ କଥା ନୁହେଁ। ବେଳେ ବେଳେ କ୍ୟାମେରା ସାମ୍ନାରେ ହିଁ ଏଭଳି ଉଦଭ୍ରାନ୍ତ ଯୁବକ ହିରୋଗିରି କରିବାର ପରିଣାମ ଭୋଗିଥାନ୍ତି। ଏଭଳି ହିଁ ଏକ ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଚଳନ୍ତା ଗାଡ଼ି ଉପରେ ଷ୍ଟଣ୍ଟ କରୁଥିବା ଜଣେ ଯୁବକ ତଳେ ପଡିଯାଉଥିବା ଦେଖିବାକୁ ମିଳୁଛି।

ଭାଇରାଲ ହେଉଥିବା ଭିଡ଼ିଓରେ ଏକ ମାଲବାହି ଭ୍ୟାନ୍ ଉପରେ ଯୁବକ ଜଣକ ପୁସଅପ୍ କରୁଥିବା ଦେଖିବାକୁ ମିଳୁଛି। କେବଳ ଯେ ପୁସଅପ୍ ତାହା ନୁହେଁ ବରଂ ବ୍ୟାକଗ୍ରାଉଣ୍ଡରେ ଶକ୍ତିମାନ ଗୀତ ସହିତ ଯୁବକ ଜଣକ ଦମ୍ଭ ଦେଖାଇ ଗାଡି ଉପରେ ଠିଆ ହୋଇ ରହିଥିବା ମଧ୍ୟ ଦେଖିବାକୁ ମିଳୁଛି। ତେବେ, ଏହାର କିଛି ସମୟ ମଧ୍ୟରେ ହିଁ ଯୁବକ ଜଣଙ୍କର ଗୋଡ଼ ଖସି ଯାଉଛି ଏବଂ ସେ ତଳେ ପଡ଼ିଯାଉଥିବା ଦେଖିବାକୁ ମିଲୁଛି। ଦେଖନ୍ତୁ ଭିଡ଼ିଓ:-

ଏହି ଭିଡ଼ିଓର ଆଉ ଏକ ଫ୍ରେମରେ ଉକ୍ତ ଯୁବକ ଜଣକ ବେଡ଼ ଉପରେ ଶୋଇଥିବା ଏବଂ ତାଙ୍କ ଦେହ ସାରା ଖଣ୍ଡିଆ ହୋଇଥିବା ଦେଖିବାକୁ ମିଳୁଛି। ଉତ୍ତରପ୍ରଦେଶର ଲଖ୍ନୌ ସହରରେ ଏଭଳି ଘଟଣା ଘଟିଥିବା ବେଳେ ୪୪ ସେକେଣ୍ଡର ଉକ୍ତ ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୮୬ ହଜାର ଭିୟୁ ମିଳି ସରିଲାଣି। ଲୋକେ ଏହାକୁ ଦେଖିବା ପରେ ଭିନ୍ନ ଭିନ୍ନ ପ୍ରକାରର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।