ବିଶ୍ୱାସ ନ ହେଲେ ମଧ୍ୟ ସତ! ପ୍ରତିଶୋଧ ନେବା ପାଇଁ ଜଣେ ବ୍ୟକ୍ତିଙ୍କୁ ୭ ଥର ଦଂଶୀଲା ନାଗୁଣୀ, ଆଉ ତାପରେ...

 
Cobra

ବିଭିନ୍ନ ଚଳଚିତ୍ର ଏବଂ ହରର୍ ସୋ ଗୁଡିକରେ ନଗୁଣୀ ପ୍ରତିଶୋଧ ନେଉଥିବାର କାହାଣୀ ନିଶ୍ଚିତ ଦେଖିଥିବେ। କିନ୍ତୁ, ଉତ୍ତରପ୍ରଦେଶର ରାମପୁର ଜିଲ୍ଲାରେ ଏକ ନଗୁଣୀ ସତକୁ ସତ ତାର ପ୍ରତିଶୋଧ ନେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏଠାକାର ସ୍ୱାର ଥାନା ଅନ୍ତର୍ଗତ ମିର୍ଜାପୁର ଗାଁର ବାସିନ୍ଦା ଏହସାନ ଅଲିଙ୍କ କହିବା ମୁତାବକ କିଛି ମାସ ତଳେ ସେ ଭୁଲବଶତଃ ଏକ ନାଗକୁ ମାରି ଦେଇଥିଲେ। ସେବେଠାରୁ ନଗୁଣୀ ତାଙ୍କୁ ପ୍ରାୟ ୭ ଥର ଦଂଶୀ ସାରିଲାଣି।

Cobra

ଏହସାନଙ୍କ କହିବା ମୁତାବକ କିଛି ମାସ ପୂର୍ବେ ସେ ଗାଁରେ ଥିବା ଫାର୍ମରେ କାମ କରୁଥିଲେ। ଏହି ସମୟରେ ସେ ଏକ କଳା ନାଗ ଯୋଡ଼ିକୁ ଦେଖିବାକୁ ପାଇଥିଲେ। ଭୟବିତ ଅବସ୍ଥାରେ ନିଜକୁ ବଞ୍ଚାଇବାକୁ ଯାଇ ସେ ସେମାନଙ୍କ ଉପରକୁ ଏକ କୋଦାଳ ଫୋଫାଡ଼ି ଥିଲେ। ଏହି ଆକ୍ରମଣରେ ନାଗଟି ମୃତ୍ୟୁବରଣ କରିଥିଲା କିନ୍ତୁ, ନଗୁଣୀ ସେଠାରୁ ଖସି ପଳାଇଥିଲା।

Ehsan ali

ସେହିଦିନ ଠାରୁ ନଗୁଣୀଟି ପ୍ରତିଶୋଧ ପରାୟଣ ହୋଇ ଏହସାନଙ୍କୁ ଦଂଶୀ ଚାଲିଛି। ୬ ମାସ ତଳେ ନଗୁଣୀଟି ପ୍ରଥମଥର ପାଇଁ ତାଙ୍କୁ କାମୁଡି ଥିବା ବେଳେ ଏପର୍ଯ୍ୟନ୍ତ ସୁଦ୍ଧା ତାଙ୍କୁ ୭ ଥର କାମୁଡି ସାରିଲାଣି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି କ୍ଷେତରେ ଅନେକ ଲୋକେ କାମ କରୁଥିଲେ ହେଁ ନିର୍ଦ୍ଦିଷ୍ଟ ସାପଟି କେବଳ ଏହସାନଙ୍କୁ ହିଁ କାମୁଡ଼ି ଥାଏ। ପ୍ରତିଥର ଏହସାନଙ୍କୁ ଠିକ ସମୟରେ ଡାକ୍ତରଖାନା ନିଆ ଯାଉଥିବାରୁ ସେ ବର୍ତ୍ତି ଯାଇଥାନ୍ତି। କିନ୍ତୁ, ଏବେ ଘରୁ ବାହାରିବା ପାଇଁ ମଧ୍ୟ ଡର ଲାଗୁଥିବା ସେ ପ୍ରକାଶ କରିଛନ୍ତି।