ସ୍ୱପ୍ନରେ ହୋଇଗଲା ବଡ଼ ଦୁର୍ଘଟଣା! ମାଂସ କାଟୁଥିବା ଭାବି କାଟିଦେଲେ ନିଜ ଯୌନାଙ୍ଗ, ଆଉ ତାପରେ...

 
Dream

ସ୍ୱପ୍ନର ଦୁନିଆ ସତରେ ବଡ଼ ଅଜବ ଏବଂ ରହସ୍ୟମୟ ଅଟେ। ଶୋଇଥିବା ଅବସ୍ଥାରେ କିଛି ଲୋକେ ସ୍ଲିପ୍ ପାରାଲିସିସ୍ ର ଶିକାର ମଧ୍ୟ ହୋଇଥାନ୍ତି। ସେହିପରି କିଛି ଲୋକଙ୍କର ନିଦରେ ଚାଲିବାର ମଧ୍ୟ ଅଭ୍ୟାସ ରହିଛି। ତେବେ, ନିଦରେ ସ୍ୱପ୍ନ ଦେଖୁଥିବା ସମୟରେ ଜଣେ ବ୍ୟକ୍ତି ନିଜର ଯୌନାଙ୍ଗ କାଟି ଦେଇଥିବା ଭଳି ଅଜବ ପ୍ରକାର ଖବର ସାମ୍ନାକୁ ଆସିଛି।

Cut

 ଏଭଳି ଏକ ଘଟଣା ଘାନାରେ ରହୁଥିବା କୋଫି ଆଟା ନାମକ ବ୍ୟକ୍ତିଙ୍କ ସହିତ ଘଟିଯାଇଛି। ମିଳିଥିବା ସୂଚନା ଅନୁଯାଇ କୋଫି ପେସାରେ ଜଣେ ଚାଷୀ ଅଟନ୍ତି। ଘଟଣା ଦିନ ଘରେ ବସିଥିବା ବେଳେ ତାଙ୍କୁ ନିଦ ଲାଗିଯାଇଥିଲା। ଏହାରି ଭିତରେ ସେ ନିଜ ପରିବାର ପାଇଁ ମାଂସ କାଟୁଥିବା ସ୍ୱପ୍ନରେ ଦେଖୁଥିଲେ। କିନ୍ତୁ, ବାସ୍ତବରେ ସେ ନିଜ ଯୌନାଙ୍ଗକୁ ହିଁ କାଟି ପକାଇଥିଲେ।

Meat cutting

ପ୍ରବଳ ଯନ୍ତ୍ରଣା ହେବାପରେ ସେ ନିଦରୁ ଉଠି ନିଜକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପାଇଥିଲେ। ଏହାପରେ କୋଫିଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଯୌନାଙ୍ଗର ସର୍ଜରୀ କରାଯାଇଥିବା ଏବଂ ଏଥିପାଇଁ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ ହୋଇଥିବା ଜଣାଯାଇଛି। ତେବେ, ସେ ଶୋଇଥିବା ବେଳେ ତାଙ୍କ ହାତକୁ ଛୁରୀ କିପରି ଆସିଲା ସେଥିନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।