BJP କୁ ମମତାଙ୍କ ଖୋଲା ଚ୍ୟାଲେଞ୍ଜ! ରାଷ୍ଟ୍ରପତି ନିର୍ବାଚନରେ ହରାଇବାକୁ ନେଇ କହିଲେ, ମୁଁ ବିଜେପି...

 
Presidential election

ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହୋଇଥିବା ବେଳେ ଆଗାମୀ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ଆସନ୍ତା ଜୁଲାଇ ୨୪ ତାରିଖରେ କାର୍ଯ୍ୟକାଳ ସମାପ୍ତ ହେଉଥିବାରୁ ଦେଶର ଆଗାମୀ ରାଷ୍ଟ୍ରପତି କିଏ ହେବେ ସେଥିନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ବର୍ତ୍ତମାନର ପରିସ୍ଥିତି ଦେଖିଲେ ବିଜେପି ପୁଣିଥରେ ଏହି ନିର୍ବାଚନ ଜିତିବ ବୋଲି ଆଶା କରାଯାଉଛି।

Election

କିନ୍ତୁ, ଏପରି ଅନୁମାନକୁ ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତାଙ୍କ କହିବା ଅନୁଯାଇ ଦେଶର ବିଭିନ୍ନ ରାଜ୍ୟରେ ବିଧାୟକମାନଙ୍କର ମୋଟ ସଂଖ୍ୟା ୪୧୨୬ ରହିଛି। ସେଥିମଧ୍ୟରୁ ବିଜେପି ବିଧାୟକଙ୍କ ସଂଖ୍ୟା ୧୩୦୬ ରହିଥିବା ବେଳେ ସହଯୋଗୀ ଦଳରେ ୮୨୬ ଜଣ ବିଧାୟକ ରହିଛନ୍ତି। ଯଦି, ସମସ୍ତ ବିରୋଧୀ ଦଳ ଏକଜୁଟ ହୁଅନ୍ତେ ତେବେ ବିଜେପି ପାଇଁ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଜିତିବା କାଠିକର ପାଠ ସାବ୍ୟସ୍ତ ହୁଅନ୍ତା।

Mamata banarjee

ଦେଶରେ ବିଜେପି ବିରୋଧୀ ମହାମେଣ୍ଟ ଗଠନ ହୋଇପାରିଲେ ଏହା ସମ୍ଭବ ହୋଇପାରିବ ବୋଲି ମମତା କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ସହିତ ଦିଦିଙ୍କ ତୃଣମୂଳ କଂଗ୍ରେସ (ଟିଏମସି)ର କଡ଼ା ଟକ୍କର ହୋଇଥିଲା। ଅବଶ୍ୟ ଟିଏମସି ଏହି ନିର୍ବାଚନ ଜିତି ନେଇଥିଲା। ଏହାପରେ ଦିଦି ରାଷ୍ଟ୍ରୀୟ ରାଜନୀତିରେ ପାଦ ଦେବାକୁ ମନସ୍ଥ କରି ସୋନିଆ ଗାନ୍ଧୀ ଏବଂ ଶରଦ ପାୱାରଙ୍କ ପରି ହେବିୱେଟଙ୍କୁ ଭେଟିଥିଲେ। କିନ୍ତୁ, କୌଣସି ଦଳର ନେତାଙ୍କର କାହା ସହ ତାଳମେଳ ରାହୁନଥିବାରୁ ଦିଦିଙ୍କର ବିରୋଧୀ ମହାମେଣ୍ଟର ସ୍ୱପ୍ନ ଅଧୁରା ରହିଛି।