ଦୁଇଟି ପିଲା ଥିବା ସତ୍ତ୍ୱେ ବିବାହିତା ମହିଳାଙ୍କ ସହିତ ରଖିଥିଲେ ସମ୍ପର୍କ! ଏବେ ବିବାହ କରିବାକୁ ଜିଦ୍ ଧରି ଧାରଣାରେ ପୀଡିତା, ଜାଣନ୍ତୁ ପୂରା ଘଟଣା

 
Love and betrayl

ବିହାରର ବେତୀଆ ସହରରେ ପ୍ରେମ ଏବଂ ପ୍ରତାରଣାର ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ପ୍ରତାରଣାର ଶିକାର ହୋଇଥିବା ଜଣେ ବିବାହିତା ମହିଳା ପ୍ରେମିକ ଘର ଆଗରେ ଧାରଣା ଦେଇଛନ୍ତି। ତେବେ, ସବୁଠାରୁ ବଡ଼ କଥା ହେଉଛି ଅଭିଯୁକ୍ତ ବ୍ୟକ୍ତି ଜଣକ ମଧ୍ୟ ବିବାହିତ ଏବଂ ତାଙ୍କର ଦୁଇଟି ସନ୍ତାନ ରହିଛି। ପୀଡିତା ମହିଳା ଜଣକ ତାଙ୍କୁ ବିବାହ କରିବା ପାଇଁ ଅଡ଼ି ବସିଥିବା ବେଳେ ଏଥିନେଇ ଲୋରିଆ ଥାନାରେ ଏକ ଏତଲା ଦେଇଛନ୍ତି।

Love

ହୋଇଥିବା ଅଭିଯୋଗ ଅନୁଯାଇ ବିବାହିତା ମହିଳା ଜଣକ ତାଙ୍କ ଭଉଣୀ ଘରକୁ ବୁଲି ଆସିଥିବା ବେଳେ ଉକ୍ତ ବ୍ୟକ୍ତିଙ୍କ ସହିତ ତାଙ୍କର ଦେଖା ହୋଇଥିଲା। ଦେଖା ସାକ୍ଷାତ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହାରି ଭିତରେ ବ୍ୟକ୍ତି ଜଣକ ମହିଳାଙ୍କର ଏକ ଫୋଟୋ ନେଇ କେରଳ ଚାଲି ଆସିଥିଲେ। କିନ୍ତୁ, ଏହାର କିଛି ଦିନ ପରେ ସେହି ଫୋଟୋ ସହିତ ତାଙ୍କର ଫୋଟୋ ଜୋଡ଼ି ଏକ ଅଶ୍ଲୀଳ ଫୋଟୋ ତିଆରି କରିଥିଲେ।

Lauria police station

 ଉକ୍ତ ଫୋଟୋଟି ମହିଳାଙ୍କ ସ୍ୱାମୀ ହାତରେ ପଡିବା ପରେ ସେ ତାଙ୍କୁ ଘରୁ ବାହାର କରିଦେଇଥିଲେ। ଏହାପରେ ମହିଳା ଜଣକ ଦୀର୍ଘ ଦିନ ଧରି ପ୍ରେମିକ ସହିତ ରହି ଆସୁଥିଲେ। ଏହି ସମୟ ମଧ୍ୟରେ ସେମାନେ ଶାରୀରିକ ସମ୍ପର୍କ ରଖିଥିଲେ ହେଁ ପ୍ରେମିକ ବିବାହ କରିବାକୁ ରାଜି ହେଉନଥିଲେ। ଶେଷରେ ମହିଳା ପ୍ରେମିକ ଘର ସାମ୍ନାରେ ଧାରଣା ରେ ବସିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛି।