ମୋ ମୃତ୍ୟୁ ମୋତେ ନିର୍ଦ୍ଦୋଷ ସାବ୍ୟସ୍ତ କରିବ, ଏମିତି ଲେଖି ଜୀବନ ହାରିଦେଲେ ମହିଳା ଡାକ୍ତର, ପୂରା ଘଟଣା ଜାଣି ହେବେ ଦୁଃଖିତ

 
Doctor

ଡାକ୍ତରଖାନା ଓ ନିଜ ବିରୋଧରେ ଲାଗିଥିବା ହତ୍ୟା ଅଭିଯୋଗକୁ ଭୁଲ୍ ପ୍ରମାଣିତ କରିବାକୁ ଯାଇ ଆତ୍ମହତ୍ୟା କରିଲେ ମହିଳା ଡାକ୍ତର। ରାଜସ୍ଥାନ ଦଉସା ଠାରେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଥିବା ବେଳେ ଏହାକୁ ନେଇ ରାଜ୍ୟ ଡାକ୍ତର ସଂଘ ତରଫରୁ ବିରୋଧ କରାଯିବା ସହିତ ୨୪ ଘଣ୍ଟିଆ ଆନ୍ଦୋଳନ ଡାକରା ଦିଆଯାଇଛି।

Suicide note

ମିଳିଥିବା ସୂଚନା ଅନୁଯାଇ ଅର୍ଚ୍ଚନା ଶର୍ମା ନାମକ ଜଣେ ଗାଇନୋକୋଲଜିଷ୍ଟଙ୍କର ନିଜର ଏକ ବେସରକାରୀ ଡାକ୍ତରଖାନା ରହିଛି। ଗତ ମଙ୍ଗଳବାର ଦିନ ଜଣେ ଗର୍ଭବତୀ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସତଚେଷ୍ଟା ସତ୍ତ୍ୱେ ମହିଳାଙ୍କର ମୃତ୍ୟ ହୋଇଯିବା ପରେ ତାଙ୍କ ପରିବାର ଲୋକଙ୍କ ତରଫରୁ ଅର୍ଚ୍ଚନା ଏବଂ ଡାକ୍ତରଖାନା ନାମରେ ଏକ ମାମଲା ରୁଜୁ କରାଯାଇଥିଲା। ଯାହାପରେ ପୋଲିସ ୩୦୨ ଦଫାରେ ଏକ ହତ୍ୟା ମାମଲା ରୁଜୁ କରି ଅର୍ଚ୍ଚନା ଓ ତାଙ୍କ ସ୍ୱାମୀଙ୍କୁ ଗିରଫ କରି ନେଇଥିଲା।

Archana with family

ଶେଷରେ ଅନ୍ୟକୌଣସି ଉପାୟ ନ ପାଇଁ ଓ ନିଜକୁ ନିର୍ଦୋଷ ପ୍ରମାଣିତ କରିବାକୁ ଯାଇ ଅର୍ଚ୍ଚନା ଆତ୍ମହତ୍ୟା କରିଛନ୍ତି। ସେ ଏକ ସୁଇସାଇଡ଼ ନୋଟରେ ଲେଖିଛନ୍ତି ଯେ," ସଂପୃକ୍ତ ଗର୍ଭବତୀଙ୍କର ଅବସ୍ଥା ଗୁରୁତର ଥିଲା। ତାଙ୍କର ହାମରେଜ୍‌ ହୋଇଥିଲା। ମୋର ଶତ ଚେଷ୍ଟା ସତ୍ତ୍ୱେ ମୁଁ ତାଙ୍କ ବଞ୍ଚାଇ ପାରିଲିନି। ଏଭଳି ଘଟଣାରେ ଡାକ୍ତରମାନଙ୍କୁ ଦୋଷ ଦିଅନ୍ତୁ ନାହିଁ। ମୋର ମୃତ୍ୟୁ ହିଁ ମୋତେ ନିର୍ଦ୍ଦୋଷ ସାବ୍ୟସ୍ତ କରିବ’’।

Suicide note

 ଏଥିସହିତ ତାଙ୍କର ସ୍ୱାମୀ ଡାକ୍ତର ସୁନୀଲ ଉପାଧ୍ୟାୟଙ୍କୁ ପୋଲିସ ହଇରାଣ ନ କରୁବୋଲି ଅର୍ଚ୍ଚନା ସୁଇସାଇଡ଼ ନୋଟରେ ଉଲ୍ଲେଖ କରିଛନ୍ତି। ଏଥିସହିତ ଭାରତୀୟ ମେଡିକାଲ ଆସୋସସିଏସନ୍‌ର ରାଜସ୍ଥାନ ଶାଖା ଘଟଣାର ବିରୋଧ କରି ୨୪ ଘଣ୍ଟିଆ ଆନ୍ଦୋଳନ ପାଇଁ ଡାକରା ଦେଇଛି। କେବଳ ଏତିକି ନୁହେଁ ଦିଲ୍ଲୀ ସ୍ଥିତ ଏମ୍‌ସ ରେସିଡେଣ୍ଟ ଡାକ୍ତରମାନେ କଳା ବ୍ୟାଜ୍‌ ପିନ୍ଧି ଏହି ଘଟଣାକୁ ବିରୋଧ କରିଛନ୍ତି।