ନିଜକୁ ନିଜ ବାହା ହେଲା ପରେ ବିନା ପୁରୁଷ ସାଥିରେ ସେକ୍ସ କେମିତି କରିବେ କ୍ଷମା? ପ୍ରଶ୍ନର ଉତ୍ତରରେ କହିଲେ କିଛି ଏମିତି

 
Self marriage

ମୋନୋଗାମୀ ତଥା ସିଙ୍ଗଲ ମ୍ୟାରେଜ୍ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ଗୁଜୁରାଟର ୨୪ ବର୍ଷୀୟା ଝିଅ କ୍ଷମା ବିନ୍ଦୁ। କ୍ଷମା ଜୁନ ୧୧ ତାରିଖରେ ନିଜେ ନିଜ ସହିତ ବିବାହ କରିବେ ବୋଲି ସ୍ଥିର କରିଥିଲେ କିନ୍ତୁ ଏହି ବିବାହକୁ ବିଭିନ୍ନ ମହଲରୁ ବିରୋଧ କରାଯିବାରୁ ପରିବାର ଏବଂ ଅଳ୍ପ କିଛି ସାଙ୍ଗସାଥୀଙ୍କ ଗହଣରେ ସେ ଗତ ୯ ତାରିଖରେ ବିବାହ କରିଛନ୍ତି। ବିବାହ କାର୍ଯ୍ୟ ପାଇଁ ପଣ୍ଡିତ ନ ମିଳିବାରୁ ୟୁଟ୍ୟୁବ ଦ୍ୱାରା ମନ୍ତ୍ର ପଢା ଯାଇଥିଲା। ଏହି ବିବାହକୁ ନେଇ ସେ ବହୁତ ଖୁସି ଥିବା କ୍ଷମା ପ୍ରକାଶ କରିଥିଲେ।

Kshyama bindu

ତେବେ, ବିବାହ ପରେ ତାଙ୍କର ସେକ୍ସ ଲାଇଫ ବିଷୟରେ ପଚରା ଯାଇଥିଲା। ଏହାର ଉତ୍ତର ରଖି ସେ କହିଛନ୍ତି ଯେ,"ବିବାହ ପରେ ନିଜ ସେକ୍ସ ଲାଇଫ୍‌ କେମିତି କାଟିବି ତାହା ମୋର ବ୍ୟକ୍ତିଗତ ନିଷ୍ପତ୍ତି। ଏଥିରେ କାହାର ମୁଣ୍ଡ ଖେଳାଇବାର ନାହିଁ। ମୋ ସେକ୍ସ ଲାଇଫ୍‌ ନେଇ କାହାର ପ୍ରଶ୍ନ କରିବାର ଅଧିକାର ବି ନାହିଁ। ଯଦି ଭବିଷ୍ୟତରେ ମୋତେ କୌଣସି ପୁଅ ଭଲ ଲାଗିଲେ, ତେବେ ମୁଁ ଚେଷ୍ଟା କରିବି ସେଠି ଅଟକି ଯିବା ପାଇଁ, କାରଣ ମୁଁ ବିବାହିତ। ଜଣେ ଝିଅ ହିସାବରେ ଅନ୍ୟ କାହାପ୍ରତି ଆକର୍ଷିତ ହେବା ଏକ ସାଧାରଣ କଥା। ମୁଁ କାହାପ୍ରତି ଆକର୍ଷିତ ହୋଇପାରେ କିନ୍ତୁ କାହାର ପତ୍ନୀ ହୋଇ ରହିବି ନାହିଁ"।

Bindu

ଏଠାରେ ଉଲ୍ଲେଖଯୋଗ୍ୟ ଯେ କ୍ଷମାଙ୍କର ଏହି ବିବାହରେ ତାଙ୍କର ମୋଟ ୮ ଜଣ ଅତିଥି ଯୋଗ ଦେଇଥିଲେ। ବିବାହ ପାଇଁ ସମୟ ଖୁବ୍‌ କମ୍‌ ଥିବାରୁ ଅଳ୍ପ ଲୋକଙ୍କୁ ଡାକିଥିବା ସେ କହିଛନ୍ତି। କିଛି ଲୋକେ ତାଙ୍କ ବିବାହକୁ ବିରୋଧ କରୁଥିବାରୁ ୧୧ ତାରିଖ ଦିନ ବିବାହ କାର୍ଯ୍ୟ ସୁରୁଖୁରୁରେ ହୋଇପାରିବ ନାହିଁ ବୋଲି କ୍ଷମା ଆଶଙ୍କା କରିଥିଲେ। ସେଥିପାଇଁ ସେ ୯ ତାରିଖରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।