ଦେଖନ୍ତୁ ଭିଡ଼ିଓ: ରେଲୱେ ଷ୍ଟେସନରେ ସମସ୍ତଙ୍କ ଆଗରେ ଖୋଲାଖୋଲି କିସ୍ କରୁଥିଲେ ପ୍ରେମୀଯୁଗଳ, ଆଉ ତାପରେ...

 
Premi jugala

କଥାରେ ଅଛି ପ୍ରେମ ନିଶା ଚଢ଼ିଲେ ମଣିଷକୁ କେବଳ ନିଜର ସାଥି ହିଁ ଦେଖାଯାଏ। ତା ଛଡା ବାହାର ଦୁନିଆର କୌଣସି ନିୟମ କାନୁନ ଏମାନଙ୍କୁ ବାନ୍ଧି ରଖି ପାରିନଥାଏ। ଏବେ ଏହିଭଳି ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ପ୍ରେମୀଯୁଗଳ ରେଲୱେ ଷ୍ଟେସନରେ ଖୋଲାଖୋଲି କିସ୍ କରୁଥିବା ଦେଖିବାକୁ ମିଳିଛି।

Kiss

ଭାଇରାଲ ହେଉଥିବା ଭିଡ଼ିଓଟି ମୁମ୍ବାଇ ସହର ସ୍ଥିତ ଡୋମ୍ବୀଭାଲି ରେଲୱେ ଷ୍ଟେସନରେ ରେକର୍ଡ଼ କରାଯାଇଥିବା କୁହାଯାଉଛି। ଏହି ଭିଡ଼ିଓଟିରେ ଏକ ପ୍ରେମୀ ଯୁଗଳ ରେଲୱେ ପ୍ଲାଟଫର୍ମରେ କିସ୍ କରୁଥିବା ଦେଖିବାକୁ ମିଳିଛି। ଉଭୟେ ପ୍ରାୟ ୨୦ ସେକେଣ୍ଡ ଧରି ଏଥିରେ ଲିପ୍ତ ଥିବାବେଳେ କେହି ଜଣେ ଏହାର ଭିଡ଼ିଓ କରି ସୋସିଆଲ ମିଡିଆରେ ଅପଲୋଡ଼ କରିଦେଇଥିଲେ। ତେବେ, ଏଥିପାଇଁ GRP ତରଫରୁ ଏକ ମାମଲା ରୁଜୁ କରାଯାଇଥିବା ଜଣାଯାଇଛି। ଦେଖନ୍ତୁ ଭିଡ଼ିଓ:-


କେବଳ ଗୋଟିଏ ଭିଡ଼ିଓ ନୁହେଁ ଏହି ପ୍ରେମୀଯୁଗଳଙ୍କର ଆଉ ଏକ କିସିଂ ଭିଡ଼ିଓ ମଧ୍ୟ ଭାଇରାଲ ହେଉଛି। ଏହି ଭିଡ଼ିଓଟି ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ ରେଲୱେ ଷ୍ଟେସନରେ ରେକର୍ଡ଼ କରାଯାଇଥିବା କୁହାଯାଉଛି। ଅନ୍ୟପକ୍ଷରେ ଏହି ପ୍ରେମୀଯୁଗଳଙ୍କ ଉପରେ GRP ମାମଲା ରୁଜୁ କରିଥିବାରୁ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଛନ୍ତି।