BJP ଉପରେ ବର୍ଷିଲେ ଅରବିନ୍ଦ କେଜ୍ରିୱାଲ୍, ଚ୍ୟାଲେଞ୍ଜ କରି କହିଲେ: ଯଦି BJP ମହାନଗର ନିଗମ ନିର୍ବାଚନ ଜିତେ ତେବେ...

 
Kejriwal

ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ସ୍ଥଗିତ ରହିବା ପରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଚଳିତବର୍ଷ ଦିଲ୍ଲୀ ମହାନଗର ନିଗମ ନିର୍ବାଚନକୁ ଠିକ ସମୟରେ କରି ଯଦି ବିଜେପି ଜିତିଯାଏ ତେବେ ସେ ରାଜନୀତି ଛାଡ଼ିଦେବେ ବୋଲି କେଜ୍ରିୱାଲ ଖୋଲା ଚ୍ୟାଲେଞ୍ଜ କରିଛନ୍ତି।

Election

ସହିଦ ଦିବସ ଅବସରରେ ଅରବିନ୍ଦ କେଜ୍ରିୱାଲ ଗଣମାଧ୍ୟମ ଆଗରେ ଏଭଳି ମନ୍ତବ୍ୟ ଦେଇଛନ୍ତି। ନିର୍ବାଚନ ରୋକିବା ପାଇଁ ବିଜେପି ପକ୍ଷରୁ ନିର୍ବାଚନ କମିଶନ ଉପରେ ଚାପ ପ୍ରୟୋଗ କରାଯାଇଥିଲା ଯେଉଁଥିପାଇଁ ଏଭଳି ହୋଇଥିବା କେଜ୍ରିୱାଲ ସ୍ପଷ୍ଟ ଭାବରେ କହିଛନ୍ତି। କେବଳ ଏତିକି ନୁହେଁ ଗତ କିଛି ଦିନ ଭିତରେ ଯାହା ହେଉଛି ତାହା ସହିଦ ମାନଙ୍କ ପାଇଁ ଅପମାନ ବୋଲି ସେ କହିଛନ୍ତି।

Bjp vs Aap

କେଜ୍ରିୱାଲଙ୍କ ଅଭିଯୋଗ ମୁତାବକ ଚଳିତ ଦିଲ୍ଲୀ ନିର୍ବାଚନରେ ବିଜେପି ହାରି ଯିବାର ଯଥେଷ୍ଟ ସମ୍ଭାବନା ରହିଥିଲା। ତେଣୁ, କେନ୍ଦ୍ର ସରକାର ଜାଣିଶୁଣି ଏଭଳି ନିର୍ବାଚନକୁ ରୋକିବାକୁ ଚେଷ୍ଟା କରୁଛନ୍ତି। କେବଳ ଏତିକି ନୁହେଁ ଯଦି ଏହି ଦେଶରେ ନିର୍ବାଚନ ହେବ ନାହିଁ, ତେବେ ଗଣତନ୍ତ୍ର କିପରି ବଞ୍ଚିବ। ଲୋକଙ୍କ ସ୍ୱର କିପରି ଆଗକୁ ଆସିବ? ବୋଲି ସେ ପ୍ରଶ୍ନ କରିଛନ୍ତି।