ଦୁର୍ଘଟଣାର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ କାଚା ବାଦାମ ଭୁବନ ବଦ୍ୟକାର, ବର୍ତ୍ତମାନ ତାଙ୍କ ଅବସ୍ଥା... ଦେଖନ୍ତୁ ଭିଡ଼ିଓ

 
KaccaBadam

କାଚା ବାଦାମ ଗୀତ ଗାଇ ଲୋକପ୍ରିୟ ହୋଇଥିବା ଗାୟକ ଭୁବନ ବଦ୍ୟକାର ଦୁର୍ଘଟଣାର ଶିକାର ହୋଇଛନ୍ତି। କିଛି ଦିନ ତଳେ ଭୁବନ ପଶ୍ଚିମବଙ୍ଗ ଠାରେ ଗାଁ ଗାଁ ବୁଲି ବାଦାମ ବିକୁଥିବା ବେଳେ ନିଜ ଦ୍ୱାରା ପ୍ରସ୍ତୁତ ଗୀତ କାଚା ବାଦାମ ବେସ୍ ଭାଇରାଲ ହୋଇଥିଲା। ତେବେ, ଗତ ସୋମବାର ରାତିରେ ସେ କାର ଚଳାଇବା ଶିଖୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

KaccaBadam

ଲୋକପ୍ରିୟ ହେବାପରେ ଭୁବନ କିଛି ଦିନ ତଳେ ଏକ କାର କିଣିଥିଲେ। ସୋମବାର ସେ ସେହି କାରଟିକୁ ଚଳାଇବା ଶିଖୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତାଙ୍କୁ ବୀରଭୂମି ସ୍ଥିତ ସୁପର-ସ୍ପେସିଆଲିଟି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଜଣାଯାଇଛି। ଦେଖନ୍ତୁ ଭିଡ଼ିଓ-

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗାଁ ଗାଁ ବୁଲି ବାଦାମ ବିକ୍ରି କରି ପେଟ ପୋଷୁଥିବା ଭୁବନ କାଚା ବାଦାମ ଗୀତ ଗାଉଥିବା ବେଳେ ଜଣେ ବ୍ୟକ୍ତି ଏହାର ଭିଡ଼ିଓ ତିଆରି କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ପରେ ଏହି ଭିଡ଼ିଓ ଭାଇରାଲ ହେବାପରେ ଭୁବନ ରାତାରାତି ଷ୍ଟାର ପାଲଟି ଯାଇଥିଲେ।