ଦେଖନ୍ତୁ ଭିଡ଼ିଓ: ଏମିତି ବି ଆସେ ମୃତ୍ୟ! ଜେସିବି ଟାୟାରରେ ପ୍ରେସର୍ ଦେଉଥିବା ବେଳେ ଘଟିଲା ଦୁର୍ଘଟଣା, ଦୁଇ ମୃତ

 
Durghatna

କଥାରେ ଅଛି ଜୀବନ ଓ ମୃତ୍ୟୁକୁ ଭରସା ନାହିଁ କେଉଁ ମୁହୂର୍ତ୍ତରେ ମଣିଷକୁ ମୃତ୍ୟୁ ଗ୍ରାସ କରିବ ତାହାର କେହି ପୂର୍ବାନୁମାନ କରିପାରିବେ ନାହିଁ। ଛତିଶଗଡ଼ର ରାୟପୁର ଠାରେ ଥିବା ଏକ ଗ୍ୟାରେଜ୍ ରୁ ଏହିଭଳି ଏକ ହୃଦୟ ବିଦାରକ ଚିତ୍ର ସାମ୍ନାକୁ ଆସିଛି। ଏଠାରେ ଏକ ଜେସିବି ଟାୟାରରେ ପମ୍ପ ଭରୁଥିବା ବେଳେ ଏହା ଫାଟିଯିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।

Accident

ମିଳିଥିବା ସୂଚନା ଅନୁଯାଇ ମୃତକ ଦୁଇ ଜଣଙ୍କ ନାମ ରାଜପାଲ ସିଂ (୩୨) ଓ ପ୍ରାଜନ ନାମଦେବ (୩୨) ଅଟେ। ସେମାନେ ମଧ୍ୟପ୍ରଦେଶର ବାସିନ୍ଧା ହୋଇଥିବା ବେଳେ ଏଠାରେ ଧନକୁଲ ଷ୍ଟିଲସ ପ୍ରାଇଭେଟ ଲିମିଟେଟ ଗ୍ୟାରେଜରେ କାମ କରୁଥିଲେ। ମେ ୪ ତାରିଖ ରାତି ପ୍ରାୟ ୩ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି। ଏହି ଦୁର୍ଘଟଣାର ସିସିଟିଭି ଫୁଟେଜ୍ ଭାଇରାଲ ହେଉଛି। ଦେଖନ୍ତୁ ଭିଡ଼ିଓ:-

ରାତି ପ୍ରାୟ ୩ଟା ସମୟରେ ଉକ୍ତ ଜେସିବିଟି ସେଠାକୁ ପ୍ରେସର୍ ଭରିବା ପାଇଁ ଆସିଥିଲା। ପ୍ରେସର ଦିଆ ଯାଉଥିବା ସମୟରେ ରାଜପାଲ ଓ ପ୍ରାଜନଙ୍କ ବ୍ୟତୀତ ଅନ୍ୟ କିଛି ବ୍ୟକ୍ତି ସେଠାରେ ଉପସ୍ଥିତ ଥିଲେ। କିନ୍ତୁ ଦୁର୍ଘଟଣା ଘଟିବାର କିଛି ସମୟ ପୂର୍ବରୁ ଦୁଇ ଜଣଙ୍କୁ ଛାଡ଼ି ସମସ୍ତେ ବାହାରକୁ ଚାଲି ଆସିଥିଲେ। ଏହି ଦୁର୍ଘଟଣାରେ ଟାୟାରଟି ଫାଟି ପ୍ରାୟ ୫୦ ଫୁଟ ଉପରକୁ ଉଠିଥିଲା। ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ଅନ୍ୟ ଜଣେ ମୃତ୍ୟୁବରଣ କରିଥିଲେ।