ସର୍ଭେରୁ ହେଲା ବଡ଼ ଖୁଲାସା! ପୁରୁଷଙ୍କ ତୁଳନାରେ ଭାରତୀୟ ମହିଳାଙ୍କର ରହିଛନ୍ତି ଅଧିକ ଯୌନ ସହଭାଗୀ, ଜାଣନ୍ତୁ ପୂରା ଖବର

 
Sex partner

ଏକରୁ ଅଧିକ ସେକ୍ସ ପାର୍ଟନର୍ ରଖିବାରେ ପୁରୁଷଙ୍କ ଠାରୁ ଆଗରେ ରହିଛନ୍ତି ଭାରତୀୟ ମହିଳା। ଏହା ଆମେ କହୁନାହୁଁ ବରଂ ରାଷ୍ଟ୍ରୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣରେ ଏଭଳି ଏକ ବଡ଼ ଖୁଲାସା କରାଯାଇଛି। ଦେଶର ୧୧ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ସର୍ବେକ୍ଷଣ କରାଯାଇଥିବା ବେଳେ ଏଥିରେ ପୁରୁଷଙ୍କ ତୁଳନାରେ ମହିଳାମାନେ ଏକାଧିକ ପାର୍ଟନରଙ୍କ ସହିତ ଯୌନ ସମ୍ପର୍କରେ ଲିପ୍ତ ରହିଥିବା ଜଣାଯାଇଛି।

Sex

ରାଜସ୍ଥାନ, ହରିୟାଣା, ଚଣ୍ଡିଗଡ଼, ଜାମ୍ମୁ-କାଶ୍ମୀର, ଲଦାଖ, ମଧ୍ୟପ୍ରଦେଶ, ଆସାମ, କେରଳ, ଲାକ୍ଷଦ୍ବୀପ, ପୁଡୁଚେରୀ ଏବଂ ତାମିଲନାଡୁ ଭଳି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଏହି ସର୍ବେକ୍ଷଣ କରାଯାଇଥିଲା। ତେବେ, ଏହି ଲିଷ୍ଟରେ ରାଜସ୍ଥାନ ସବୁଠାରୁ ଆଗରେ ରହିଛି। ଏଠାରେ ୩.୧ ପ୍ରତିଶତ ମହିଳା ଏକାଧିକ ଯୁବକଙ୍କ ସହିତ ଯୌନ ସମ୍ପର୍କ ରଖିଥିବା ଜଣାଯାଇଛି। ଅପରପକ୍ଷରେ ଏହି ତାଲିକାରେ ପୁରୁଷଙ୍କ ସଂଖ୍ୟା ମାତ୍ର ୧.୮ ପ୍ରତିଶତ ରହିଛି।

Sex

ସେହିଭଳି ଦେଖିବାକୁ ଗଲେ ଦିଲ୍ଲୀର ହାରାହାରି ୧.୧ ପ୍ରତିଶତ ମହିଳାଙ୍କର ଯୌନ ସହଭାଗୀ ରହିଛନ୍ତି। ମଧ୍ୟପ୍ରଦେଶରେ ଏହି ସଂଖ୍ୟା ୨.୫ ପ୍ରତିଶତ, ଉତ୍ତରପ୍ରଦେଶରେ ୨.୨ ପ୍ରତିଶତ, ତାମିଲନାଡୁରେ ୨.୪ ପ୍ରତିଶତ, ଆସାମରେ ୨.୧ ପ୍ରତିଶତ ଏବଂ ହରିୟାଣାରେ ୧.୮ ପ୍ରତିଶତ ରହିଛି। ସେହିପରି ଗ୍ରାମୀଣ ଅଞ୍ଚଳରେ ଉଭୟ ପୁରୁଷ ଏବଂ ମହିଳାମାନଙ୍କର ଯୌନ ସହଭାଗୀଙ୍କ ସଂଖ୍ୟା ୧.୮ ପ୍ରତିଶତ ରହିଛି।