ସ୍ବଦେଶ ନ ଫେରି ୟୁକ୍ରେନ୍ ସେନାରେ ଯୋଗ ଦେଲେ ଭାରତୀୟ ଯୁବକ! କାରଣ ଜାଣି ହେବେ ତାଜୁବ୍

 
Jawan

ଲଗାତାର ୧୪ ଦିନ ହେବ ୟୁକ୍ରେନ ଉପରେ ବୋମା ବର୍ଷା କରିବା ସହିତ ଭୟଙ୍କର ଯୁଦ୍ଧ ଆରମ୍ଭ କରିଛି ଋଷ। ଏହାରି ଭିତରେ ସେଠାରେ ଫସି ରହିଥିବା ହଜ଼ାର ହଜ଼ାର ଭାରତୀୟ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବରେ ସ୍ବଦେଶ ଫେରାଇ ଆଣିବା ପାଇଁ ଭାରତ ଅପରେସନ ଆରମ୍ଭ କରିଛି। ଭାରତ ସଫଳତାର ସହିତ ଅନେକ ଛାତ୍ରଛାତ୍ରୀଙ୍କୁ ସ୍ବଦେଶ ଫେରାଇ ଆଣିବାରେ ସଫଳ ମଧ୍ୟ ହୋଇଛି।

Sainikesh

ତେବେ, ଜଣେ ଭାରତୀୟ ଛାତ୍ର ସ୍ବଦେଶ ଫେରିବା ବଦଳରେ ୟୁରେନ ସେନାରେ ଯୋଗ ଦେଇଥିବା ଜାଣିବାକୁ ମିଳିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୟୁକ୍ରେନ ସେନାରେ ଯୋଗ ଦେଇଥିବା ଏହି ଭାରତୀୟ ଛାତ୍ରଙ୍କ ନାମ ସାଇନିକେଶ ରବିଚନ୍ଦ୍ରନ ଅଟେ। ତାଙ୍କର ବୟସ ୨୧ ବର୍ଷ ହୋଇଥିବା ବେଳେ ସେ ତାମିଲନାଡୁର କୋଏମ୍ବାଟୁରର ବାସିନ୍ଦା ବୋଲି ଜଣାପଡିଛି।

Ukraine

ଭାରତୀୟ ସେନାରେ ଯୋଗ ଦେବା ସାଇନିକେଶଙ୍କର ଲକ୍ଷ ରହିଥିଲା। ଏପରିକି ସେନାରେ ଯୋଗ ଦେବା ସେ ଆବେଦନ ମଧ୍ୟ କରିଥିଲେ କିନ୍ତୁ କୌଣସି କାରଣ ବଶତଃ ତାଙ୍କର ଚୟନ ହୋଇ ପାରିନଥିଲା। ଏହାପରେ ସେ ୨୦୧୮ ମସିହାରେ ୟୁକ୍ରେନ ଚାଲିଆସି ଜାତୀୟ ଏରୋସ୍ପେସ୍ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଥିଲେ। ଚଳିତ ବର୍ଷ ଜୁଲାଇରେ ତାଙ୍କର ପାଠ୍ୟକ୍ରମ ସରିବାକୁ ଯାଉଥିବା ବେଳେ ୟୁକ୍ରେନରେ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା।

Sainikesh

 ଏହାପରେ ଭାରତ ସରକାରଙ୍କ ତରଫରୁ ଭାରତୀୟମାନଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ଅପରେସନ ଆରମ୍ଭ ହୋଇଥିଲା। କିନ୍ତୁ, ସେନାରେ ଯୋଗ ଦେବାର ସ୍ୱପ୍ନ ପାଇଁ ସାଇନିକେଶ ଭାରତକୁ ଫେରିନଥିଲେ। ପରବର୍ତ୍ତୀ ସମୟରେ ସେ ୟୁକ୍ରେନ ସେନାକୁ ଯୋଗ ଦେଇଥିବା ଜଣାପଡିଥିଲା। ୟୁକ୍ରେନ ସେନା ପୋଷାକରେ ତାଙ୍କର ଅନେକ ଫୋଟୋ ଭାଇରାଲ ହେବାରେ ଲାଗିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଯୁଦ୍ଧ ଆରମ୍ଭ ହେବାପରେ ୟୁକ୍ରେନ ସରକାରଙ୍କ ପକ୍ଷରୁ ସାଧରାଣ ଲୋକଙ୍କୁ ସେନାରେ ଯୋଗ ଦେବାପାଇଁ ଆମନ୍ତ୍ରଣ କରାଯାଇଥିଲା।