ଯୁଦ୍ଧ ଶେଷ ହେବା ପର୍ଯ୍ୟନ୍ତ ୟୁକ୍ରେନରେ ରହିବାକୁ ଚାହାଁନ୍ତି ଏହି ଭାରତୀୟ ଛାତ୍ରୀ, କାରଣ ଜାଣି ହେବେ ତାଜୁବ୍

 
War

ଋଷ ଏବଂ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ବର୍ତ୍ତମାନ ଭୀଷଣ ଯୁଦ୍ଧର ରୂପ ନେଇ ସାରିଛି। ସାମରିକ ଶକ୍ତିରେ ୟୁକ୍ରେନ ଠାରୁ ଯଥେଷ୍ଟ ଆଗରେ ଥିବା ଋଷ ବୋମା ଏବଂ ମିସାଇଲ ଆକ୍ରମଣ ଆରମ୍ଭ କରି ସାରିଛି। ଯେଉଁଥିରେ ୟୁକ୍ରେନ ରାଜଧାନୀ କିଭ୍ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ କେତେକ ସୀମାନ୍ତ ସହରକୁ ଋଷ ନିଜ ଅଧିନକୁ ନେଇ ଯାଇଛି। ଏଭଳି ପରିସ୍ଥିତିରେ ୟୁକ୍ରେନିୟ ନାଗରିକ ମାନେ ଦେଶ ଛାଡ଼ି ଅନ୍ୟତ୍ର ପଳାୟନ କରୁଛନ୍ତି।

Indian

ଏକ ରିପୋର୍ଟ ମୁତାବକ ୧୦୦,୦୦୦ ୟୁକ୍ରେନବାସୀ ଦେଶ ଛାଡ଼ି ଅନ୍ୟତ୍ର ବିସ୍ଥାପିତ ହୋଇସାରିଲେଣି। ୟୁକ୍ରେନରେ ଫସି ରହିଥିବା ହଜ଼ାର ହଜ଼ାର ଭାରତୀୟ ମାନଙ୍କୁ ମଧ୍ୟ ସୁରକ୍ଷିତ ଫେରାଇ ଆଣିବା ପାଇଁ ଭାରତ ସରକାରଙ୍କ ତରଫରୁ ଅପରେସନ "ଗଙ୍ଗା" ଆରମ୍ଭ କରାଯାଇଛି। କିନ୍ତୁ, ଯୁଦ୍ଧ ନ ସରିବା ଯାଏଁ ସେ ୟୁକ୍ରେନ ଛାଡ଼ି ଯିବେ ନାହିଁ ବୋଲି ଜଣେ ଭାରତୀୟ ଛାତ୍ରୀ ସଫା ସଫା ମନା କରିଦେଇଛନ୍ତି। ଏଥିନେଇ ଛାତ୍ରୀଙ୍କର ଜଣେ ସମ୍ପର୍କୀୟ ଫେସବୁକ ପୋଷ୍ଟ ମାଧ୍ୟମରେ ଜଣାଇଛନ୍ତି।

Fb post

ଖବର ମୁତାବକ ଉକ୍ତ ଛାତ୍ରୀ ଜଣକ ୟୁକ୍ରେନ ଯାଇଥିବା ବେଳେ ସେଠାରେ ତାଙ୍କୁ ରହିବା ପାଇଁ ହଷ୍ଟେଲ ମିଳିନଥିଲା। ତେଣୁ, ଜଣେ ୟୁକ୍ରେନିୟ ଯବାନଙ୍କ ଘରେ ସେ ପେଇଙ୍ଗ ଗେଷ୍ଟ ଭାବରେ ରହି ଆସୁଥିଲେ। ଏହି ବିପତ୍ତି ସମୟରେ ଉକ୍ତ ଯବାନ ଜଣକ ଘରେ ସ୍ତ୍ରୀ ଓ ତିନି ପିଲାଙ୍କୁ ଛାଡ଼ି ଯୁଦ୍ଧକୁ ଚାଲି ଯାଇଛନ୍ତି। ଏଭଳି ସମୟରେ ସେମାନଙ୍କୁ ଏକା ଛାଡି ସ୍ବଦେଶ ଫେରି ପାରିବେନାହିଁ ବୋଲି ଏହି ୧୭ ବର୍ଷୀୟା ଭାରତୀୟ ଯୁବତୀ କହିଛନ୍ତି। ପରିବାର ତରଫରୁ ଏକାଧିକ ଥର ବୁଝାଇଥିଲେ ହେଁ ହରିୟାଣାର ଏହି ଯୁବତୀ ଫେରିବାକୁ ରାଜି ହୋଇନଥିଲେ।