ୟୁକ୍ରେନରେ ଋଷର ବୋମାମାଡ଼ରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ପରେ ମୁହଁ ଖୋଲିଲେ ବାପା, କହିଲେ- ମୋ ପୁଅକୁ ଭାରତରେ...

 
War

ଋଷ-ୟୁକ୍ରେନ ମଧ୍ୟରେ ଚାଲିଛି ଭୟଙ୍କର ଯୁଦ୍ଧ, ଇତିମଧ୍ୟରେ ଶହ ଶହ ୟୁକ୍ରେନବାସୀ ମୃତହତ ହୋଇଥିବା ବେଳେ ଏହାରି ଭିତରେ ଭାରତୀୟ ମାନଙ୍କ ପାଇଁ ଆସିଛି ଏକ ଦୁଃଖଦ ଖବର। ୟୁକ୍ରେନରେ ହଜ଼ାର ହଜ଼ାର ଭାରତୀୟ ଛାତ୍ରଛାତ୍ରୀ ଫସି ରହିଥିବା ବେଳେ ଋଷର ଗୁଳିମାଡ଼ରେ ଜଣେ ଭାରତୀୟ ଛାତ୍ରଙ୍କର ଜୀବନ ଚାଲି ଯାଇଥିବା ଜଣାପଡ଼ିଛି। ମୃତ ଛାତ୍ରଙ୍କ ନାମ ନବୀନ ଶେଖରପ୍ପା ହୋଇଥିବା ବେଳେ ସେ କର୍ଣ୍ଣାଟକର ବାସିନ୍ଧା ବୋଲି ଜଣାଯାଇଛି।

Naveen

ମିଳିଥିବା ସୂଚନା ଅନୁଯାଇ ନବୀନ କିଭର ଏକ ବିଶ୍ୱବିଦ୍ୟାଳୟରେ ଚତୁର୍ଥ ବର୍ଷର ମେଡ଼ିକାଲ ଛାତ୍ର ଥିଲେ। ସେ ଅନ୍ୟ କିଛି ଭାରତୀୟ ଛାତ୍ରଛାତ୍ରୀଙ୍କ ସହିତ ଏକ ବଙ୍କରରେ ଲୁଚି ରହିଥିଲେ। ରାତି କର୍ଫ୍ୟୁ ସମାପ୍ତ ହେବା ପରେ ନବୀନ ସୁପରମା‌ର୍କେଟକୁ କିଛି ଖାଦ୍ୟ କିଣିବା ପାଇଁ ସକାଳ ୬ଟା ୩୦ରେ ବଙ୍କର ବାହାରକୁ ଯାଇଥିଲେ। ସେ ସୁପରମାର୍କେଟରେ ପହଞ୍ଚି କିଛି ପଇସା ପଠାଇବା ପାଇଁ ତାଙ୍କ ସାଙ୍ଗ ଶ୍ରୀକାନ୍ତଙ୍କୁ କଲ୍ କରିଥିଲେ।

Naveen

ଶ୍ରୀକାନ୍ତ ଟଙ୍କା ପଠାଇ ଫୋନ କରିବା ବେଳକୁ ନବୀନଙ୍କ ଫୋନ ଆଉ କେହି ଜଣେ ଉଠାଇ ତାଙ୍କ ମୃତ୍ୟୁ ଖବର ଦେଇଥିଲେ। ତେବେ, ବଙ୍କର ବାହାରକୁ ଯିବା ପୂର୍ବରୁ ନବୀନ ତାଙ୍କ ବାପାଙ୍କ ସହିତ କଥା ହୋଇଥିଲେ। ସେ "ମୁଁ ଅନ୍ୟ ସାଙ୍ଗମାନଙ୍କ ସହିତ ନିଜ ପାଳିକୁ ଅପେକ୍ଷା କରିଛି। ବାପା ଆଉ କିଛି ସମୟର ଅପେକ୍ଷା, ଶୀଘ୍ର ଘରକୁ ଫେରିବି" ବୋଲି କହିଥିବା ଜଣାଯାଇଛି। ଅନ୍ୟପକ୍ଷରେ ନବୀନଙ୍କ ବାପା ଏହି ଘଟଣା ପାଇଁ ଭାରତୀୟ ଦୂତବାସକୁ ଦାୟୀ କରିଛନ୍ତି।

Father

ଏନେଇ ନବୀନଙ୍କ ପିତା ଶେଖରପ୍ପା ଜ୍ଞାନଗୌଡ଼ା କହିଛନ୍ତି, ମୋ ପୁଅ ଜଣେ ମେଧାବୀ ଛାତ୍ର ଥିଲା। ଡାକ୍ତରୀ ପଢ଼ିବା ନିମନ୍ତେ ପୁଅ ଛୋଟ ବେଳୁ ସ୍ବପ୍ନ ଦେଖୁଥିଲା। ସେ ଦଶମରେ ୯୬% ଓ ଦ୍ୱାଦଶରେ ୯୭% ମାର୍କ ରଖୁଥୁଲା। ଏହାସତ୍ତ୍ବେ ଆମ ଦେଶରେ ସେ ମେଡିକାଲ ପଢ଼ିବାକୁ ସୁଯୋଗ ପାଇପାରିଲା ନାହିଁ। ହେଲେ ଆମେ ଦେଶରେ ପ୍ରଚଳିତ ଜାତିବାଦ ତଥା ଶିକ୍ଷା ବ୍ୟବସ୍ଥା ଯୋଗୁ ମୋ ପୁଅକୁ ଏଠାରେ ସିଟ୍ ମିଳିପାରିଲା ନାହିଁ। ଏହାବାଦ ଘରୋଇ କଲେଜରେ ମେଡିକାଲ ପଢ଼ିଲେ କୋଟିଏରୁ ୨ କୋଟି ଖର୍ଚ୍ଚ କରିବାକୁ ପଡ଼ୁଛି, ଯାହାକି ଆମ ସାମର୍ଥ ବାହାରେ ଥିଲା।