ଚାକିରୀ ପାଇଁ ସୁବର୍ଣ୍ଣ ସୁଯୋଗ! ବିନା କୌଣସି ପରୀକ୍ଷାରେ ପାଇପାରିବେ ରେଳବାଇରେ ଚାକିରୀ, ଜାଣନ୍ତୁ କେମିତି କରିବେ ଆବେଦନ

ସରକାରୀ ଚାକିରୀ କରିବା ପାଇଁ ଇଚ୍ଛୁକ ଥିଲେ ରେଳବାଇ ଆଣିଦେଇଛି ସୁବର୍ଣ୍ଣ ସୁଯୋଗ। ମାତ୍ର ୧୦ମ ପାସ୍ କରିଥିଲେ ଆପଣମାନେ ରେଲୱେରେ ଚାକିରୀ ପାଇଁ ଆବେଦନ କରିପାରିବେ। ସବୁଠାରୁ ବଡ଼ କଥା ହେଉଛି ଏଥିପାଇଁ କୌଣସି ପ୍ରକାର ଲିଖିତ ପରୀକ୍ଷା ଦେବାକୁ ପଡିବନାହିଁ। କେବଳ ୧୦ମ ପରୀକ୍ଷାରେ ଥିବା ମାର୍କ ଅନୁଯାଇ ନିଯୁକ୍ତି ପ୍ରଦାନ କରାଯିବ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ସାଉଥ୍ ଇଷ୍ଟ୍ ସେଣ୍ଟ୍ରାଲ ରେଲୱେ (SECR) ପକ୍ଷରୁ ୱେଲ୍ଡର, ଟର୍ନର, ଫିଟର, ଇଲେକ୍ଟ୍ରିସିଆନ, ଷ୍ଟେନୋଗ୍ରାଫର (ହିନ୍ଦୀ ଓ ଇଂଲିଶ), ମେସିନିଷ୍ଟ୍ ଆଦି କେତେକ ଟ୍ରେଡ୍ରେ ଖାଲି ପଡିଥିବା ପଦ ପାଇଁ ଆବେଦନ ପତ୍ର ଗ୍ରହଣ କରାଯାଉଛି। ଏଥିରେ ମୋଟ ୧୦୩୩ଟି ପଦ ପୂରଣ କରାଯିବାକୁ ଥିବାବେଳେ ୨୫ ଏପ୍ରିଲ ରୁ ୨୪ ମେ' ପର୍ଯ୍ୟନ୍ତ ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିପାରିବେ।
ଆବେଦନ କରିବା ପାଇଁ ପ୍ରାର୍ଥୀ ଜଣକ କୌଣସି ଏକ ମାନ୍ୟତାପ୍ରାପ୍ତ ବୋର୍ଡରୁ ଅତି କମ୍ରେ ୫୦ ପ୍ରତିଶତ ମାର୍କ ସହିତ ୧୦ମ ପାସ୍ କରିଥିବା ଏବଂ ମାନ୍ୟତାପ୍ରାପ୍ତ ସଂସ୍ଥାରୁ ସମ୍ବନ୍ଧିତ ଟ୍ରେଡ୍ରେ ଆଇଟିଆଇ ପାସ୍ କରିଥିବା ଜରୁରୀ ଅଟେ। ଆବେଦନ ପାଇଁ ବୟସସୀମାକୁ ୧୫ ବର୍ଷରୁ ୨୪ ବର୍ଷ ପର୍ଯ୍ୟନ୍ତ ସୀମିତ ରଖାଯାଇଛି। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀମାନେ Apprenticeship India ର ଅଫିସିଆଲ ୱେବ୍ସାଇଟ apprenticeshipindia.org କୁ ଯାଇ ମେ' ୨୪ ତାରିଖ ପୂର୍ବରୁ ଅନଲାଇନ ଆବେଦନ କରି ପାରିବେ।