ଋଷ-ୟୁକ୍ରେନ ଯୁଦ୍ଧରୁ ଭାରତକୁ ମିଳିଛି ବଡ଼ ଶିକ୍ଷା, ଏହି ଭୁଲ ନ ସୁଧାରିଲେ ଆଗକୁ ପରିସ୍ଥିତି ହୋଇପାରେ ଭୟଙ୍କର

 
War

ଯେ କୌଣସି କ୍ଷେତ୍ର ହେଉ ନା କାହିଁକି, ମଣିଷ ହେଉ ଅଥବା ଦେଶ। ଦିନକୁ ଦିନ ଆତ୍ମନିର୍ଭରଶୀଳ ଏବଂ ସ୍ୱାବଲମ୍ବୀ ହେବା ଦ୍ୱାରା ହିଁ ଏହି କଠୋର ଦୁନିଆରେ ନିଜର ଅସ୍ତିତ୍ୱ ବଜାୟ ରଖାଯାଇ ପାରିବ। ବର୍ତ୍ତମାନ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବାପରେ ନାଟୋ ଏବଂ ଆମେରିକା ଉପରେ ସମ୍ପୂର୍ଣ୍ଣ ଭାବରେ ନିର୍ଭରଶୀଳ ହୋଇପଡିଛି ୟୁକ୍ରେନ। କିନ୍ତୁ, ପୂର୍ବରୁ ଯଦି ୟୁକ୍ରେନ ନିଜର ସାମରିକ ଶକ୍ତି ବଢାଇବା ସହିତ ପରମାଣୁ ଅସ୍ତ୍ର ମହଜୁଦ ରଖିଥାନ୍ତା ତେବେ ଆଜି ହୁଏତ ତାକୁ ଏଭଳି ଅବସ୍ଥା ଭୋଗିବାକୁ ପଡ଼ିନଥାନ୍ତା।

War

ତେବେ, ୟୁକ୍ରେନ ଯେଉଁଭଳି ଅବସ୍ଥା ଦେଇ ଗତି କରୁଛି ତାଠାରୁ ଭାରତ କିଛି ଶିକ୍ଷା ଲାଭ କରିବା ଉଚିତ। ବର୍ତ୍ତମାନ ସମୟରେ ଭାରତ ନିଜର ସମାରିକ ଅସ୍ତ୍ରଶସ୍ତ୍ର ପାଇଁ ପ୍ରାୟତଃ ଋଷ ଉପରେ ନିର୍ଭରଶୀଳ ଅଟେ। ଭବିଷ୍ୟତରେ କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତିକୁ ସାମ୍ନା କରିବାକୁ ହେଲେ ଭାରତକୁ ପତିରକ୍ଷା ପ୍ରସଙ୍ଗରେ ନିଶ୍ଚିତ ଭାବରେ ଆତ୍ମନିର୍ଭର ହେବାକୁ ପଡ଼ିବ। ଆଉ ଏହା କରିବାକୁ ହେଲେ ଭାରତକୁ ନିଜର ପ୍ରତିରକ୍ଷା ବଜେଟକୁ ଆହୁରି ଅଧିକ ବଢାଇବାକୁ ହେବ।

India military

ପୂର୍ବତନ ସିଡ଼ିଏସ୍ ଜେନେରାଲ ବିପିନ ରାୱତ୍ ଯେତେବେଳେ ଜୀବିତ ଥିଲେ ଭାରତର ପ୍ରତିରକ୍ଷା ବଜେଟକୁ ବଢାଇବା ଏବଂ ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧ ପ୍ରଯୁକ୍ତିବିଦ୍ୟା ବିଷୟରେ ଆମକୁ ଆତ୍ମନିର୍ଭରଶୀଳ ହେବା ଆବଶ୍ୟକ ବୋଲି କହି ଆସୁଥିଲେ। ଯଦି କୌଣସି ଦିନ ପାକିସ୍ତାନ ଚୀନ ସମର୍ଥନରେ ଭାରତ ଉପରେ ଆକ୍ରମଣ କରେ ତେବେ ପ୍ରତିରକ୍ଷା କ୍ଷେତ୍ରରେ ସୁଦୃଢ଼ ଥିଲେ ଭାରତ ଏକାକି ଏହାର ଉଚିତ ମୁକାବିଲା କରି ପାରିବ।

China

ଏଥିପାଇଁ ପ୍ରତିରକ୍ଷା ବଜେଟକୁ ବୃଦ୍ଧି କରିବା ଅନିର୍ବାର୍ଯ୍ୟ ଅଟେ। ଗୋଟିଏ ପଟେ ଚୀନ ପ୍ରତିବର୍ଷ ଏହାର ଜିଡିପିର ୭.୧ ପ୍ରତିଶତ ପ୍ରତିରକ୍ଷା ବଜେଟ ପାଇଁ ବ୍ୟବହାର କରୁଥିବା ବେଳେ ଭାରତ ମାତ୍ର ୨.୧ ପ୍ରତିଶତ ବ୍ୟବହାର କରିଥାଏ। ଅନ୍ୟପକ୍ଷରେ ଆଗାମୀ ଦିନରେ ଆସୁଥିବା ବିପଦ ଠାରୁ ଅଜ୍ଞ କେତେକ ରାଜନେତା ଏହି ପ୍ରତିରକ୍ଷା ବଜେଟକୁ ହ୍ରାସ କରିବା ମଧ୍ୟ ଓକିଲାତି କରିଥାନ୍ତି। କେବଳ ଏତିକି ନୁହେଁ ଅସ୍ତ୍ରଶସ୍ତ୍ର ପାଇଁ ଋଷ ଉପରେ ନିର୍ଭର ହେବା ପରିବର୍ତ୍ତେ ପ୍ରତିରକ୍ଷା ପ୍ରସଙ୍ଗରେ ଭାରତ ଆତ୍ମନିର୍ଭରଶୀଳ ହେବା ନିତ୍ୟାନ୍ତ ଆବଶ୍ୟକ ଅଟେ।