ଭାରତୀୟଙ୍କୁ ଅମିତ ଶାହଙ୍କ ଆହ୍ୱାନ: ୨୦୪୭ ସୁଦ୍ଧା ଭାରତ ହେବ ବିଶ୍ଵଗୁରୁ, ବିଶ୍ଵରେ କରିବ ରାଜ୍, ପଢନ୍ତୁ ଆଉ କଣ କହିଲେ

 
Amit saha

ଆଗାମୀ ୨୫ ବର୍ଷ ମଧ୍ୟରେ ଭାରତ ବିଶ୍ୱ ଗୁରୁ ହେବ ବୋଲି ମତ ରଖିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଯଦି ଦେଶବାସୀ ମିଳିତ ହୋଇ ଆଗାମୀ ୨୫ ବର୍ଷ ମଧ୍ୟରେ ଦେଶର ବିକାଶ ପାଇଁ ଥିବା ସଂକଳ୍ପକୁ ପୂରଣ କରନ୍ତି ତେବେ ଏହା ସମ୍ଭବ ହୋଇପାରିବ ବୋଲି ସେ କହିଛନ୍ତି। ରାଜଧାନୀ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାକୁ ଯାଇ ସେ ଏଭଳି ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି।

Amit saha

ଚଳିତବର୍ଷକୁ ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତି କରିବାର ବର୍ଷ କହିବା ସହିତ, ଆଗାମୀ ୨୫ ବର୍ଷ ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମଗ୍ରିକ ବିକାଶ କ୍ଷେତ୍ରରେ ମିଳିତ ଭାବରେ ଉନ୍ନତି ଆଣିପାରିଲେ ଭାରତ ବିଶ୍ୱର ମହାଶକ୍ତି ଭାବରେ ପରିଗଣିତ ହେବ ବୋଲି ଅମିତ ମତପୋଷଣ କରିଛନ୍ତି। ଏଥିସହିତ ‘ହର ଘର ତ୍ରିରଙ୍ଗା’ ଅଭିଯାନ (ଅଗଷ୍ଟ ୧୩ରୁ ୧୫) ସମୟରେ ପ୍ରତ୍ୟେକ ନାଗରିକଙ୍କୁ ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ସେ ଅନୁରୋଧ କରିଛନ୍ତି।

Azadi ka amrit mohatsav

‘ଆଜାଦି କା ଅମୃତ ମହୋତ୍ସବ’ ଅଧୀନରେ ପ୍ରତ୍ୟେକ ଘରେ ଜାତୀୟ ପତାକା ଉତ୍ତୋଳନ କରାଯିବା ଦ୍ୱାରା  ଯୁବପିଢ଼ିଙ୍କ ମନରେ ଦେଶଭକ୍ତିର ଭାବନା ସୃଷ୍ଟି କରିବା ମୂଳ ଉଦ୍ଧେଶ୍ୟ ରହିବ ବୋଲି ଲକ୍ଷ ରଖାଯାଇଛି। ଭାରତୀୟ ସମ୍ବିଧାନର ଆଶା, ବିକାଶ, ସଫଳତା, ସୁରକ୍ଷା ଏବଂ ଭାରତୀୟ ସଂସ୍କୃତିକୁ ଆଗକୁ ବଢିବାକୁ ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ମିଳିତ ଭାବରେ କାର୍ଯ୍ୟ କରିବାକୁ ସରକାର ସାଧାରଣ ନାଗରିକଙ୍କୁ ଅନୁରୋଧ କରିଛନ୍ତି।