ଯୁଦ୍ଧର ଫାଇଦା ଉଠାଇ ଋଷ ସହିତ ବନ୍ଧୁତା କରିବାକୁ ଚାହୁଁଥିଲେ ଇମ୍ରାନ୍ ଖାନ୍, ପୁଟିନ୍ କହିଲେ ଇମ୍ରାନ ଜଣେ ଜୋକର୍ କାରଣ ସେ...

 
Imran Khan

ସବୁ ସମୟରେ ନିଜକୁ ଜଣେ ଚତୁର ରାଜନୀତିଜ୍ଞ ବୋଲି ଭାବୁଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଅନେକ ସମୟରେ ସମାଲୋଚିତ ହେବା କିଛି ନୂଆ କଥା ନୁହେଁ। ଏଇ ଯେପରି ୟୁକ୍ରେନ ଉପରେ ଋଷ ଯୁଦ୍ଧ ଆରମ୍ଭ କରିବା ପୂର୍ବରୁ ଇମ୍ରାନ୍ ସେଠାରେ ପହଞ୍ଚି ଋଷ ସହିତ ମିତ୍ରତା ସ୍ଥାପନ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ, ତାଙ୍କର ଏହି ପ୍ରୟାସ ସଫଳ ହୋଇପାରି ନାହିଁ।

Imran khan with putin

 ପୂର୍ବରୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ପାକିସ୍ତାନ ଆସିବା ପାଇଁ ଆମନ୍ତ୍ରଣ କରାଯାଇଥିଲେ ହେଁ ପୁଟିନ ଏହାକୁ ପ୍ରତ୍ୟାଖାନ କରିଥିଲେ। ଅନ୍ୟପକ୍ଷରେ ଯୁଦ୍ଧ ଆରମ୍ଭ ହେବା ସମୟରେ ବିନା ନିମନ୍ତ୍ରଣରେ ଋଷ ପହଞ୍ଚିଥିଲେ ଇମ୍ରାନ ଖାନ୍। କିନ୍ତୁ, ଯେଉଁ ଉଦେଶ୍ୟ ନେଇ ସେ ସେଠାକୁ ଯାଇଥିଲେ ତାହା ସଫଳ ହୋଇପାରିନଥିବା ଜଣାଯାଇଛି। ଅପରପକ୍ଷରେ ଇମ୍ରାନଙ୍କୁ ରାଜନୀତିର ଜୋକର୍ ଭାବରେ ବିବେଚନା କରାଯାଉଛି।

Imran khan

ରଣନୀତିକ ବ୍ୟାପାର ବିଶେଷଜ୍ଞ ଭାଲେରିଓ ଫାବ୍ରି ତାଙ୍କ ବ୍ଲଗ ଜରିଆରେ ଜୋକର୍ କଥା ବାବଦରେ ଲେଖିଛନ୍ତି। ତାଙ୍କ କହିବା ମୁତାବକ ଋଷ ଇମ୍ରାନଙ୍କୁ ବଳି ପଡ଼ିବାକୁ ଥିବା ଏକ ଛେଳି ପରି ବ୍ୟବହାର କରିଥିଲା। ସେହି ସମୟରେ ବିଶ୍ୱର ଧ୍ୟାନ ତାଙ୍କ ଯୁଦ୍ଧ ପ୍ରସ୍ତୁତି ଠାରୁ ଅନ୍ୟ କୌଣସି ଏକ ପ୍ରସଙ୍ଗକୁ ସ୍ଥାନାନ୍ତରିତ ହେଉ ବୋଲି ଋଷ ଚାହୁଁଥିଲା।

Putin laughing

 ଯେଉଁଥିପାଇଁ ଏହା ଇମ୍ରାନଙ୍କର ବ୍ୟବହାର କରିଥିଲା। ତେବେ, ଚଳିତବର୍ଷ ଶେଷ ଆଡ଼କୁ ପାକିସ୍ତାନ ଆସିବା ପାଇଁ ପୁଟିନଙ୍କୁ ନିମନ୍ତ୍ରଣ କରିଛି ପାକିସ୍ତାନ। ଏହି ନିମନ୍ତ୍ରଣର ପୁଟିନ କଣ ପ୍ରତିକ୍ରିୟା ରଖୁଛନ୍ତି ତାହା ଦେଖିବାକୁ ବାକି ରହିଛି। ତେବେ, ଭାରତ ସହିତ ସମ୍ପର୍କ ଖରାପ କରି ପୁଟିନ ସେଠାକୁ ଯିବାର ସମ୍ଭାବନା ବହୁତ କମ ରହିଛି।