ଦେଖନ୍ତୁ ଭିଡ଼ିଓ: ବ୍ୟାଟରେ ସ୍ୱାମୀକୁ ମନଇଚ୍ଛା ମାଡ଼! ସ୍ତ୍ରୀ ଠାରୁ ରକ୍ଷା ପାଇବା ପାଇଁ ସୁରକ୍ଷା ମାଗିଲେ ଅଧ୍ୟାପକ ସ୍ୱାମୀ….

ପତି ପରମେଶ୍ୱରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲା ସ୍ତ୍ରୀ। ସ୍ତ୍ରୀର ବ୍ୟାଟ ମାଡ଼ରୁ ବଞ୍ଚିବା ପାଇଁ ବ୍ୟକ୍ତି ଜଣକ ଘର ଛାଡ଼ି ବାହାରକୁ ପଳାଉଥିବା ମଧ୍ୟ ଦେଖିବାକୁ ମିଳୁଛି। ରାଜସ୍ଥାନର ଅଲୱାର୍ ଠାରୁ ଏଭଳି ଦୁଃଖଦ ଚିତ୍ର ସାମ୍ନାକୁ ଆସିଛି। ଘଟଣାର ସିସିଟିଭି ଫୁଟେଜ୍ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏଥିନେଇ ମହିଳାଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି।
ମିଳିଥିବା ସୂଚନା ଅନୁଯାଇ ଅଲଓ୍ୱାରର ଏକ ସ୍କୁଲରେ ସରକାରୀ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିବା ଅଜିତ ଯାଦବ ଗତ ୯ ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ସେମାନଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି। ତେବେ, ତାଙ୍କ ସ୍ତ୍ରୀ ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିବା ଅଜିତ ଅଭିଯୋଗ କରିଛନ୍ତି।
In a strange case of domestic violence, a school principal in #Alwar district of #Rajasthan has move the court seeking protection from the physical and mental harassment of his wife.
— IANS (@ians_india) May 25, 2022
According to the man, his wife has been beating him black and blue leaving him weak mentally. pic.twitter.com/J1UOmRhyHw
ଘରୁ ପୋଲିସ ଜବତ କରିଥିବା ସିସିଟିଭି ଫୁଟେଜରେ ଅଜିତଙ୍କ ସ୍ତ୍ରୀ ତାଙ୍କ ଉପରେ ଆକ୍ରମଣ କରୁଥିବା ସ୍ପଷ୍ଟ ଦେଖିବାକୁ ମିଳୁଛି। ଏମିତିକି ପୁଅ ସାମ୍ନାରେ ମହିଳା ଜଣକ ଏକ ବ୍ୟାଟ ସାହାଯ୍ୟରେ ମନଇଚ୍ଛା ମାଡ଼ ମାରୁଥିବା ବେଳେ କୁନିପୁଅଟି ଭୟରେ ଛାନିଆ ହୋଇଯାଉଛି। ଦୀର୍ଘଦିନ ହେବ ଏପରି ଚାଲୁ ରହିଥିଲେ ହେଁ ଲୋକଲଜ୍ୟା ଭୟରେ ଅଜିତ ଏହାକୁ ପରିପ୍ରକାଶ କରୁନଥିଲେ। କିନ୍ତୁ, ସ୍ତ୍ରୀ ସବୁ ସୀମା ଟପିଯିବା ପରେ ନିଜ ସୁରକ୍ଷା ପାଇଁ ସେ ବାଧ୍ୟ ହୋଇ ପୋଲିସର ଆଶ୍ରୟ ନେଇଛନ୍ତି।