୪୪ ବିଲିୟନରେ ଟଙ୍କାରେ ଟ୍ୱିଟରକୁ କିଣିଲେ ଏଲନ୍ ମସ୍କ! ଏତିକି ଟଙ୍କାରେ ତିଆରି ହୋଇଥାନ୍ତା ୧୫୦ ଏମ୍ସ ସହ‌ ଏହିସବୁ ଜିନିଷ, ଜାଣନ୍ତୁ ପୂରା ଖବର

 
Leon musk

ବର୍ତ୍ତମାନ ସମୟର ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଅଟନ୍ତି ଏଲନ୍ ମସ୍କ। ଗତ କିଛି ଦିନ ତଳେ ଏଲନ୍ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ କିଣି ନେଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଏହାକୁ କିଣିବା ପାଇଁ ଏଲନ୍ ୪୪ ବିଲିୟନ ଆମେରିକୀୟ ଡଲାର ଅର୍ଥାତ ଭାରତୀୟ ମୁଦ୍ରା ଅନୁଯାୟୀ ପ୍ରାୟ ୩ ଲକ୍ଷ ୩୬ ହଜାର କୋଟି ଖର୍ଚ୍ଚ କରିଛନ୍ତି। ତେବେ, ଏହି ରାଶି କେତେ ବଡ଼ ତାହାକୁ ଜାଣିବା ପାଇଁ ଏକ ଆକଳନ କରାଯାଇଛି।

Twitter

୧. ଭାରତରେ ଗୋଟିଏ AIIMS ଡାକ୍ତରଖାନା ପ୍ରତିଷ୍ଠା କରିବା ପାଇଁ ପ୍ରାୟ ୨ ହଜ଼ାର କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ତେବେ, ଯଦି ଏଥିପାଇଁ ୩.୩୬ ଲକ୍ଷ କୋଟି ଖର୍ଚ୍ଚ ହୋଇଥାନ୍ତା ତେବେ ଦେଶରେ ୧୫୦ରୁ ଅଧିକ AIIMS ନିର୍ମାଣ ହୋଇପାରିଥାନ୍ତା।

Aiims

୨. ସେହିପରି ଦେଖିବାକୁ ଗଲେ ଯଦି କେବଳ ଭାରତରେ ୪୪ ବିଲିୟନ ଡଲାର ଖର୍ଚ୍ଚ କରାଯାଇଥାନ୍ତା ତେବେ ଏଥିରେ ୧.୩୨ କୋଟିରୁ ଅଧିକ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇ ପାରିଥାନ୍ତା।

Employment

୩. ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମ ବିଷୟରେ ତ ଆପଣ ନିଶ୍ଚିତ ଜାଣିଥିବେ ଏହାକୁ ତିଆରି କରିବା ପାଇଁ ପ୍ରାୟ ୮୦୦ କୋଟି ଖର୍ଚ୍ଚ ହୋଇଥିଲା। ଯଦି ଟ୍ୱିଟର କିଣାଯିବା ଟଙ୍କା ଏଥିରେ ବିନିଯୋଗ କରାଯାଏ ତେବେ ସେହି ଟଙ୍କାରେ ଏଭଳି ୩୫୦ ରୁ ଅଧିକ ଷ୍ଟାଡିୟମ ନିର୍ମାଣ କରାଯାଇ ପାରିଥାନ୍ତା।

Stadium

୪. ଅନ୍ୟଏକ ଆକଳନ ଅନୁଯାଇ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ କେନ୍ଦ୍ର ସରକାର ୮୦ କୋଟି ଗରିବ ଲୋକଙ୍କୁ ମାଗଣାରେ ରାସନ ଯୋଗାଇ ଦେଇଥାନ୍ତି। ଯଦି ଏହି ଯୋଜନାରେ ୪୪ ବିଲିୟନ ଡଲାର ବିନିଯୋଗ କରାଯାଏ ତେବେ ୨ ବର୍ଷ ପାଇଁ ଏହି ୮୦ କୋଟି ଲୋକଙ୍କ ପେଟ ପୋଷିବା ପାଇଁ ଏହା ପର୍ଯ୍ୟାପ୍ତ ହେବ।

Free food