ଶିକ୍ଷକ ନିଯୁକ୍ତି ପାଇଁ ହାଇକୋର୍ଟଙ୍କ ଗ୍ରୀନ୍ ସିଗନାଲ୍! ଫିଟିଲା ୧୦ ହଜ଼ାର ଶିକ୍ଷକ ନିଯୁକ୍ତି ପାଇଁ ବାଟ, ଜାଣନ୍ତୁ ପୂରା ଖବର

 
Teachers recruitment

ଶିକ୍ଷକ ନିଯୁକ୍ତି ପାଇଁ ଚାହିଁ ବସିଥିବା ଆଶାୟୀ ମାନଙ୍କ ପାଇଁ ଖୁସି ଖବର! ଗତ ମେ ମାସରେ ପ୍ରକାଶ ପାଇଥିବା ସରକାରୀ ବିଜ୍ଞପ୍ତି ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ପୂର୍ବରୁ ଶିକ୍ଷକ ନିଯୁକ୍ତିକୁ ନେଇ ଯେଉଁ ଆଇନଗତ ପ୍ରତିବନ୍ଧକ ରହିଥିଲା ତାହା ଶେଷରେ ଦୂର ହୋଇଛି। ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଯେଉଁ ଚ୍ୟାଲେଞ୍ଜ କରାଯାଇଥିଲା ତାହାକୁ ମାନ୍ୟବର ହାଇକୋର୍ଟ ଖାରଜ କରିଛନ୍ତି।

Teacher

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ଡ଼ିସେମ୍ବର ମାସରେ ଠିକା ଭିତ୍ତିକ ଶିକ୍ଷକ ନିଯୁକ୍ତି ପାଇଁ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ, ସ୍ଥାନ ସଂରକ୍ଷଣରେ ତ୍ରୁଟି ରହିଥିବା ଏବଂ ନିଯୁକ୍ତି ସମୟରେ ବ୍ୟାପକ ଅନିୟମିତତା ରହିଥିବା ଅଭିଯୋଗ ହୋଇଥିଲା। ଏପରିକି ଏଥିନେଇ ଛାତ୍ରଛାତ୍ରୀ ରାଜରାସ୍ତାକୁ ମଧ୍ୟ ଓଲ୍ହାଇଥିଲେ।

High court

 ଏଥିନେଇ ହାଇକୋର୍ଟରେ ଏକାଧିକ ମାମଲା ଦୟାର କରାଯାଇଥିଲା। ତେବେ, ସମସ୍ତ ପକ୍ଷକୁ ଶୁଣିବା ପରେ ନିଯୁକ୍ତି ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇନଥିବା ମାନ୍ୟବର ହାଇକୋର୍ଟ କହିଛନ୍ତି। ଯାହାଫଳରେ ୧୧,୪୦୩ ଶିକ୍ଷକ ନିଯୁକ୍ତି ପାଇଁ ବାଟ ଫିଟି ଯାଇଛି। ନିଯୁକ୍ତି ପ୍ରକ୍ରିୟାରେ ଉତ୍ତୀର୍ଣ୍ଣ ହୋଇଥିବା ଆଶାୟୀମାନେ ଖୁବଶୀଘ୍ର ନିଯୁକ୍ତି ପାଇବେ ବୋଲି ଆଶା କରାଯାଉଛି।