ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ନିଜ ସ୍ବାମୀଙ୍କୁ କାହା ସହ ବାଣ୍ଟି ପାରିବେନି ଭାରତୀୟ ସ୍ତ୍ରୀ, କାରଣ...

 
High court

ଜଣେ ବିବାହିତା ମହିଳା ଆତ୍ମହତ୍ୟା କରିଥିବା ମାମଲାର ଫଇସଲା କରିବାକୁ ଯାଇ ଆହ୍ଲାବାଦ ହାଇକୋର୍ଟ ଏକ ବଡ଼ ଶୁଣାଣି କରିଛନ୍ତି। ସ୍ତ୍ରୀ ଥାଉ ଥାଉ ସ୍ୱାମୀର ଅନ୍ୟ ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ରଖିବା କିମ୍ବା ଛାଡ଼ପତ୍ର ନ ଦେଇ ଅନ୍ୟତ୍ର ବିବାହ କରିବା ଏକ ବଡ଼ ଅପରାଧ ଅଟେ ବୋଲି କୋର୍ଟ କହିଛି। ଏହା କରିବା ଦ୍ୱାରା ବ୍ୟକ୍ତି ଜଣକ ନିଜ ପତ୍ନୀଙ୍କୁ ଆତ୍ମହତ୍ୟା କରିବାକୁ ଉସକାଉଥିବା ଧରିନିଆଯିବ ବୋଲି ଶୁଣାଣିରେ କୁହାଯାଇଛି।

Depressed

ମାମଲା ଅନୁଯାଇ ଅଭିଯୁକ୍ତ ସୁଶୀଲ ବିବାହିତ ହୋଇଥିଲେ ହେଁ ଛାଡ଼ପତ୍ର ନ ଦେଇ ସେ ଅନ୍ୟ ମହିଳାଙ୍କ ସହିତ ସମ୍ପର୍କ ରଖିଥିଲେ। ଏପରିକି ସେ ତୃତୀୟ ବିବାହ କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଏହା ବିଷୟରେ ଜାଣିବା ପରେ ତାଙ୍କ ପ୍ରଥମ ସ୍ତ୍ରୀ ବାରଣାସୀର ମଣ୍ଡୁଆଡିହି ଥାନାରେ ନିଜ ପତିଙ୍କ ସହ ତାଙ୍କ ପରିବାର ର ୬ ଜଣଙ୍କ ବିରୋଧର ଏତଲା ଦାୟର କରିଥିଲେ।

Allahabad high court

ଏହି ଏତଲା ଦେବାପରେ ମହିଳା ଜଣକ ବିଷ ପିଇଦେଇଥିଲେ। ତାଙ୍କ ସ୍ୱାମୀ ପୂର୍ବରୁ ଦୁଇଟି ବିବାହ କରିଥିବା ବେଳେ ଛାଡ଼ପତ୍ର ନ ଦେଇ ତୃତୀୟ ବିବାହ କରିଥିବାରୁ ସେ ଆତ୍ମହତ୍ୟା କରୁଥିବା ସେ ଉଲ୍ଲେଖ କରିଥିଲେ। ତେବେ, କୋର୍ଟ ଅଭିଯୁକ୍ତକୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହିତ ପୋଲିସ ପକ୍ଷରୁ ତାଙ୍କ ପରିବାର ଲୋକଙ୍କ ବିରୁଦ୍ଧରେ ମଧ୍ୟ ଚାର୍ଜସିଟ୍ ଦାଖଲ କରାଯାଇଛି।