ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ବିବାହ ପରେ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ସହିତ ସମାନ, ଜାଣନ୍ତୁ ପୂରା ଖବର

 
Marital rape

ବିବାହ ପରେ ପତ୍ନୀଙ୍କ ସହିତ ଜବରଦସ୍ତି ଶାରୀରିକ ରଖିବା ଦୁଷ୍କର୍ମ ସହିତ ସମାନ। ବୈବାହିକ ଦୁଷ୍କର୍ମ ମାମଲାରେ ଦିଲ୍ଲୀ ହାଇକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି। ଆଇପିସିର ଧାରା ୩୭୫(ଦୁଷ୍କର୍ମ) ଅନ୍ତର୍ଗତ ଧାରା ୨ରେ ପତ୍ନୀଙ୍କ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିଲେ ସ୍ୱାମୀଙ୍କୁ ଅପରାଧ ମୁକ୍ତ କରିବା ପାଇଁ ରହିଥିବା ବ୍ୟବସ୍ଥାକୁ ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ରାଜୀବ ଶାକଡର୍‌ ଅସାମ୍ବିଧାନିକ ବୋଲି ବିବେଚନା କରିଛନ୍ତି।

Marital rape

 ଏକ ବୈବାହିକ ଦୁଷ୍କର୍ମ ମାମଲାର ଶୁଣାଣି କରିବା ସମୟରେ ବିବାହ ପରେ ସ୍ତ୍ରୀ ସହିତ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିବା କଦାପି ଗ୍ରହଣୀୟ ନୁହେଁ ଏବଂ ସମାଜର ସମସ୍ତ ଲୋକେ ଏହାକୁ ବିରୋଧ କରିବା ଦରକାର ବୋଲି ମାମଲାର ବିଚାର ପୃଷ୍ଠାର ୧୯୩ ପେଜ୍‌ରେ ସେ ଦର୍ଶାଇଛନ୍ତି। କେବଳ ଏତିକି ନୁହେଁ ବରଂ ଏଭଳି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ସେ ଦର୍ଶାଇଛନ୍ତି।

Delhi high court

ଦେଶର ପ୍ରାୟ ସମସ୍ତ ରାଜ୍ୟରେ ଏଭଳି ବୈବାହିକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସୁଥିବାରୁ ତୁରନ୍ତ ଏହାକୁ ବିରୋଧ କରିବା ସହିତ ସ୍ୱର ଉତ୍ତୋଳନ କରିବା ପାଇଁ ଜଷ୍ଟିସ ଶାକଡର୍‌ କହିଛନ୍ତି। ତେବେ, ସେଠାରେ ଉପସ୍ଥିତ ଥିବା ଜଷ୍ଟିସ ହରିଶଙ୍କର ଏହାକୁ ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଛନ୍ତି। ଆଇପିସିର ଧାରା ୩୭୫ ଅନ୍ତର୍ଗତ ଧାରା ୨ କୌଣସି ପ୍ରକାର ସାମ୍ବିଧାନିକ ନିୟମକୁ ଉଲ୍ଲଙ୍ଘନ କରୁନାହିଁ ବୋଲି ସେ ମତପୋଷଣ କରିଛନ୍ତି।