ବିବାଦ ଉପୁଜିବା ପରେ ମନ ବଦଳାଇଲେ କ୍ଷମା! ଆଉ ହେବେନି ନିଜକୁ ନିଜ ବାହା, ଏବେ ଏମିତି କରିବେ ବିବାହ

 
Self marriage

ଦେଶର ପ୍ରଥମ ମହିଳା ଭାବରେ ସୋଲୋଗାମୀ ତଥା ଆତ୍ମ-ବିବାହ କରିବାକୁ ନିଷ୍ପତ୍ତି ନେଇ ଚର୍ଚ୍ଚାକୁ ଆସିଥିଲେ ଗୁଜୁରାଟର କ୍ଷମା ବିନ୍ଦୁ। ଏକ ଘରୋଇ କମ୍ପାନୀରେ ବରିଷ୍ଠ ‘ରିକ୍ରୁଟ୍‌ମେଣ୍ଟ୍‌ ଅଫିସର୍‌’ ଭାବରେ କାର୍ଯ୍ୟରତ ଥିବା ବିନ୍ଦୁ ଆସନ୍ତା ଜୁନ୍ ୧୧ ତାରିଖରେ ମନ୍ଦିରରେ ବିବାହ କରିବାକୁ ଯାଉଥିବା ସୂଚନା ଦେଇଥିଲେ। ତେବେ, ତାଙ୍କର ଏଭଳି ନିଷ୍ପତ୍ତିକୁ ବିରୋଧ କରାଯିବା ପରେ ସେ ମନ୍ଦିରରେ ବିବାହ କରିବେ ନାହିଁ ବୋଲି ସୂଚନା ଦେଇଛନ୍ତି।

Bindu

ବରୋଦା ସହରର ବିଜେପି ୟୁନିଟ୍‌ ମୁଖ୍ୟ ସୁନିତା ଶୁକ୍ଳା ଆତ୍ମବିବାହ ନିଷ୍ପତ୍ତିକୁ କଡା ବିରୋଧ କରିବା ସହିତ ନିନ୍ଦା କରିଛନ୍ତି। ଏପରି ବିବାହ ହିନ୍ଦୁ ସଂସ୍କୃତି ବିରୋଧୀ ବୋଲି ସେ ମତ ରଖିଛନ୍ତି। ହିନ୍ଦୁ ଶାସ୍ତ୍ରରେ ଏଭଳି ବିବାହର କୌଣସି ସ୍ଥାନରେ ଉଲ୍ଲେଖ କରାଯାଇନାହିଁ। ଏଭଳି ବିବାହକୁ ପ୍ରସୟ ଦେଲେ ହିନ୍ଦୁ ଜନସଂଖ୍ୟା ହ୍ରାସ ପାଇବ, ତେଣୁ ବିନ୍ଦୁ କୌଣସି ମନ୍ଦିରରେ ବିବାହ କରି ପାରିବେନାହିଁ ବୋଲି ସୁନିତା କଡା ଚେତାବନୀ ଦେଇଛନ୍ତି।

Bindu

ବିବାହକୁ ନେଇ ଏଭଳି ବିବାଦ ଉପୁଜିବା ପରେ ଏଥିନେଇ ପ୍ରତିକ୍ରିୟା ରଖିଛନ୍ତି ବିନ୍ଦୁ। ସେ କହିଛନ୍ତି ଯେ,"ମୋ ନିଷ୍ପତ୍ତି ଯଦି କାହାର ଭାବନାକୁ ଆଘାତ ଦେଇଛି ମୁଁ କ୍ଷମା ମାଗୁଛି। ମୁଁ ଆଉ ମନ୍ଦିରରେ ବିବାହ କରିବି ନାହିଁ"। ଅବଶ୍ୟ ତାଙ୍କର ଆତ୍ମବିବାହ ନିଷ୍ପତ୍ତିକୁ ସେ ବଦଳାଇବେ ନାହିଁ ବୋଲି ବିନ୍ଦୁ ସ୍ପଷ୍ଟ ଭାବରେ ସୂଚନା ଦେଇଛନ୍ତି।