ବେଦୀରେ ବସିବା ବଦଳରେ ମଶାଣିକୁ ଗଲା ବର! ବିବାହ ଦିନ ଚାଲିଗଲା ଜୀବନ, ପୂରା ଘଟଣା ଜାଣି ହେବେ ତାଜୁବ୍

କେତେ ସ୍ୱପ୍ନ ଏବଂ ଆଶା ନେଇ ବିବାହ କରିବା ପାଇଁ କନ୍ୟା ଘରକୁ ଯାଉଥିଲା ବର। କିନ୍ତୁ, ଭଗବାନଙ୍କର ଇଚ୍ଛା ଥିଲା କିଛି ଅଲଗା କନ୍ୟା ଘରକୁ ଯିବା ସମୟରେ ଦୁର୍ଘଟଣାରେ ଚାଲିଗଲା ଜୀବନ। ମଧ୍ୟପ୍ରଦେଶର ଧାର୍ ଜିଲ୍ଲାରେ ଏଭଳି ଏକ ଦୁଃଖଦ ଘଟଣା ଘଟିଥିବା ବେଳେ ବରର ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ରାଧେଶ୍ୟାମ ସିଦ୍ଧରଙ୍କ ପୁଅ ରିତେଶ ଗାଁ ଲାବରିଆର ରାଜେନ୍ଦ୍ର ଦାନ୍ତଲେଚାଙ୍କ ଝିଅ ଜ୍ୟୋତିଙ୍କ ସହିତ ବିବାହ ସ୍ଥିର ହୋଇଥିଲା। ଘଟଣା ଦିନ ରିତେଶ ବରଯାତ୍ରୀ ନେଇ କନ୍ୟା ଘର ଅଭିମୁଖେ ବାହାରିଥିଲେ। କିନ୍ତୁ, ଘରୁ ବାହାରିବା ସମୟରେ ବିଳମ୍ବ ହୋଇଥିବାରୁ ସେମାନେ ଏକ କାର ଯୋଗେ ଦ୍ରୁତ ଗତିରେ କନ୍ୟା ଘର ଅଭିମୁଖେ ଯାଉଥିଲେ। ତେବେ, କନ୍ୟା ଘରେ ପହଞ୍ଚିବା ପାଇଁ ମାତ୍ର କେଇ ମିନିଟ ବାକିଥିବା ବେଳେ ଫୁଲଗାଁବଡି ପାଖରେ ବର ଗାଡ଼ିଟି ଭାରସାମ୍ୟ ହରାଇ ନିକଟସ୍ଥ ବିଲ ଭିତରକୁ ପଶି ଯାଇଥିଲା।
ଏହି ଦୁର୍ଘଟଣାରେ କାର ଭିତରେ ଥିବା ସମସ୍ତ ଚାରି ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ, ଏମାନଙ୍କ ବ୍ୟତୀତ ବର ରିତେଶ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଡାକ୍ତରଖାନା ନେଉଥିବା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଫଳରେ ମାତ୍ର କେଇ ମିନିଟ ଭିତରେ ଉଭୟଙ୍କର ଜୀବନର ମୋଡ଼ ବଦଳି ଯାଇଥିଲା।