ବର ଗଣିପାରିଲାନି ବାଟବରଣୀ ଟଙ୍କା ବୋଲି, ବାହା ହେବାକୁ ମନା କଲା କନିଆଁ, ଆଉ ତାପରେ...

 
Marriage

ବାଜା ବଜାଇ ବାଣ ଫୁଟାଇ ବରଯାତ୍ରୀ ସହିତ କନ୍ୟା ଘରେ ପହଞ୍ଚିଲା ବର। କିନ୍ତୁ, ଅପାଠୁଆ ବରକୁ ବିବାହ କରିବା ପାଇଁ ରୋକଠୋକ ମନା କରିଦେଲା କନିଆଁ। ବର ଟଙ୍କା ଗଣିବାକୁ ସକ୍ଷମ ନ ହେବାରୁ ଏଭଳି ଘଟଣା ଘଟିଥିବା ଜଣାପଡିଛି। ଉତ୍ତରପ୍ରଦେଶ ଫାରୁଖାବାଦରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

Marriage

ମିଳିଥିବା ସୂଚନା ଅନୁଯାଇ ବାଟବରଣୀ ସମୟରେ କନ୍ୟାର ଭାଇ ବରକୁ ୨୧୦୦ ଟଙ୍କା ଭେଟି ଦେଇଥିଲେ। କିନ୍ତୁ, ପାଠ ପଢ଼ିନଥିବା ଯୁବକ ଜଣକ ଏହି ଟଙ୍କାକୁ ଗଣି ପାରିନଥିଲେ। ଏହି ଖବର କନ୍ୟା କାନରେ ପଡିବା ମାତ୍ରେ ସେ ବିବାହ କରିବା ପାଇଁ ମନା କରି ଦେଇଥିଲେ। ଘଟଣା ଯାଇ ପୋଲିସ ପାଖରେ ପହଞ୍ଚିଥିଲେ ହେଁ ଏହାର କୌଣସି ସମାଧାନ ନ ହେବାରୁ ବରକୁ ଖାଲି ହାତରେ ଘରକୁ ଫେରିବାକୁ ପଡିଥିଲା।

Baryatri

ଏ ମାମଲା ଥାନା ପର୍ଯ୍ୟନ୍ତ ଯାଇଥିଲେ ବି କିଛି ସମାଧାନର ବାଟ ଫିଟିନଥିଲା। ବାହା ହେବାକୁ ରାଜି ହୋଇନଥିଲା ଝିଅ।