ନିଜ ବାହାଘରରେ ନାଚିବା ପଡିଲା ମହଙ୍ଗା! ବିବାହ ମଣ୍ଡପରେ ବିଳମ୍ବରେ ପହଞ୍ଚିବାରୁ ରାଗିଯାଇ ଆଉ ଜଣଙ୍କୁ ବାହା ହେଲା କନ୍ୟା, ପୂରା ଘଟଣା ଜାଣି ହେବେ ତାଜୁବ୍

 
Marriage

ନିଜ ବାହାଘରରେ ବରଯାତ୍ରୀଙ୍କ ସହିତ ନାଚିବାରେ ମସଗୁଲ୍ ଥିଲେ ବର। କିନ୍ତୁ, ଦୀର୍ଘ ସମୟ ଧରି ନାଚିବା ଦ୍ୱାରା ତାଙ୍କ ବାହାଘର ଭାଙ୍ଗିଯିବ ଏହା ହୁଏତ ସେ ସ୍ୱପ୍ନରେ ଭାବିନଥିବେ। କଥାଟି ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ କି? ମହାରାଷ୍ଟ୍ରର ବୁଲଢାନା ଜିଲ୍ଲାରେ ଏଭଳି ଏକ ଅଜବ୍ ଘଟଣା ଘଟିଯାଇଛି ଯେଉଁଥିରେ ବର ବିବାହ ମଣ୍ଡପରେ ବିଳମ୍ବରେ ପହଞ୍ଚିବାରୁ କନ୍ୟାର ବାପା ରାଗିଯାଇ ନିଜ ଝିଅକୁ ଅନ୍ୟ ଜଣଙ୍କ ସହିତ ବାହା କରାଇ ଦେଇଛନ୍ତି।

Marriage

ଘଟଣା ଅନୁଯାଇ ମହାରାଷ୍ଟ୍ରର ବୁଲଢାନା ଜିଲ୍ଲାର ମାଲକପୁର ପାଙ୍ଗ୍ରା ଗାଁରେ ଏପ୍ରିଲ ୨୪ରେ ଏକ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଥିଲା। ଧାର୍ଯ୍ୟ ତିଥି ଅନୁଯାଇ ବରପକ୍ଷ ଲୋକେ ଅପରାହ୍ନ ୪ଟାରେ ମଣ୍ଡପରେ ପହଞ୍ଚିବାର ଥିଲା କିନ୍ତୁ ସେମାନେ ୪ ଘଣ୍ଟା ବିଳମ୍ବରେ ଅର୍ଥାତ ରାତି ୮ଟାରେ ମଣ୍ଡପରେ ପହଞ୍ଚିଥିଲେ।

Barat

କେବଳ ଏତିକି ନୁହେଁ ସେଠାରେ ପହଞ୍ଚିବା ପରେ ମଧ୍ୟ ବର ସାଜିଥିବା ଯୁବକଙ୍କର ନାଚିବା ନିଶା ଛାଡ଼ିନଥିଲେ। ସେ ମଦ ପିଇ କନ୍ୟା ଘର ଆଗରେ ନାଚିବାକୁ ଲାଗିଥିଲେ। ବରର ଏଭଳି ବ୍ୟବହାର ଦେଖି କନ୍ୟାର ପିତା ନିଜ ଝିଅର ବିବାହ ସେଠାକୁ ଆସିଥିବା ଅନ୍ୟଜଣେ ଯୁବକଙ୍କ ସହିତ କରାଇ ଦେଇଥିଲେ। ବିବାହ କରିଥିବା ପ୍ରିୟଙ୍କା ନାମକ ଯୁବତୀ ମଧ୍ୟ ଏଭଳି ନିଷ୍ପତ୍ତିରେ ସନ୍ତୋଷବ୍ୟକ୍ତ କରିଛନ୍ତି। ବିବାହ ମଣ୍ଡପରୁ ବିତାଡିତ ହେବାପରେ ଯୁବକ ଜଣକ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିବା ଜଣାପଡ଼ିଛି।